ଗାଧୋଇବା ବେଳେ ବୁଢ଼ାବଳଙ୍ଗରେ ବୁଡ଼ିଗଲେ ୨ ଭାଇ

ବୁଢାବଳଙ୍ଗରେ ବୁଡ଼ିଗଲେ ୨ ଭାଇ। ମୃତକ ଦୁଇ ଜଣ ସମ୍ପର୍କରେ ମାମୁ ପୁଅ ବିକାଶ ପଣ୍ଡା ଓ ପିଉସୀ ପୁଅ ତୁଷାର ପଣ୍ଡା।

ବାଲେଶ୍ୱର (କେନ୍ୟୁଜ): ବୁଢାବଳଙ୍ଗରେ ବୁଡ଼ିଗଲେ ୨ ଭାଇ । ବାଲେଶ୍ୱର ରେମୁଣା ଗଣ୍ଡର୍ଦା ପତୁକା ଶାସନ ନିକଟରେ ଅଭାବନୀୟ ଘଟଣା। ମୃତକ ଦୁଇ ଜଣ ସମ୍ପର୍କରେ ମାମୁ ପୁଅ ବିକାଶ ପଣ୍ଡା ଓ ପିଉସୀ ପୁଅ ତୁଷାର ପଣ୍ଡା। ଆଜି ଦୁଇ ଜଣ ନଦୀକୁ ଗାଧୋଇବାକୁ ଯାଇଥିବାବେଳେ ବୁଡ଼ି ଯାଇଥିଲେ।

ଉଭୟଙ୍କୁ ଉଦ୍ଧାର କରାଯାଇ ବୈସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରଯାଇଥିଲା। ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ଏହି ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.