ପୁଣି ମାତିଲେ ଲୁଟେରା : ସରପଞ୍ଚଙ୍କ ବେକରୁ ଝାମ୍ପି ନେଲେ ସୁନାଚେନ୍

ସୋର ସରପଞ୍ଚଙ୍କ ବେକରୁ ଝାମ୍ପି ନେଲେ ଲକ୍ଷାଧିକ ଟଙ୍କାର ସୁନା ଚେନ୍। ବେକରେ ଭୁଜାଲି ଲଗାଇ ସୁନଚେନ ଲୁଟ ।

ଭଦ୍ରକ (କେନ୍ୟୁଜ): କିଛି ଦିନ ନିରବତା ପରେ ସୋରରେ ପୁଣି ମାତିଲେ ଲୁଟେରା। ରାସ୍ତାରେ ଯାଉଥିବା ଲୋକଙ୍କ ଠାରୁ ଛିନ୍‌ତାଇ ଲୁଟ୍ ଆରମ୍ଭ। ଆପାଚିରେ ଆସିଲେ, ଆଉ ରାସ୍ତାରେ ଯାଉଥିବା ସରପଞ୍ଚଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ। ଭଦ୍ରକ ମଇତା ପୁରରୁ ଫେରିଲା ବେଳେ ୧୬ ନମ୍ୱର ଜାତୀୟ ରାଜପଥ ଚଡ଼କ ମରା ଠାରେ ଗୋପୀନାଥପୁର ସରପଞ୍ଚ ବନିତା ପଣ୍ଡାଙ୍କ ବେକରୁ ଲକ୍ଷାଧିକ ଟଙ୍କାର ସୁନଚେନ୍ ଲୁଟିଲେ ଦୁର୍ବୃତ୍ତ। ବେକରେ ଭୁଜାଲି ଲଗାଇ ସୁନଚେନ ଲୁଟ ହୋଇଥିବା ଘଟଣା ସୋର ଥାନାରେ ଅଭିଯୋଗ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.