ଶାରୀରିକ ସମ୍ପର୍କକୁ ନେଇ ଝଗଡ଼ା ପରେ କୂଅକୁ ଡେଇଁଲା ସ୍ତ୍ରୀ, ସ୍ୱାମୀ ପ୍ରଥମେ ଉଦ୍ଧାର କଲା…ପୁଣି କଲା ବୀଭତ୍ସ ହତ୍ୟା

ଛତିଶଗଡ଼ରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ଶାରୀରିକ ସମ୍ବନ୍ଧକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏଥିରେ କ୍ରୋଧିତ ସ୍ୱାମୀ, ସ୍ତ୍ରୀର ଗୁପ୍ତାଙ୍ଗ ଉପରେ ଆକ୍ରମଣ କରି ତାଙ୍କୁ ହତ୍ୟା କରିଛି।

ଛତିଶଗଡ଼ର ଯଶପୁରରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ମଦ ନିଶାରେ ଜଣେ ସ୍ୱାମୀ ସ୍ତ୍ରୀକୁ ହତ୍ୟା କରିଛି। ପ୍ରଥମେ ସେ ନିଜ ସ୍ତ୍ରୀଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। କିନ୍ତୁ ସ୍ତ୍ରୀ ଏଥିରେ ରାଜି ନ ହେବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଫଳରେ ରାଗିଯାଇ ସ୍ତ୍ରୀ କୂଅ ଭିତରକୁ ଡେଇଁପଡ଼ିଥିଲେ। ଏହାଦେଖି ସ୍ୱାମୀ ନିଜ ସ୍ତ୍ରୀଙ୍କୁ କୂଅରୁ ବାହାର କରି ଜୀବନ ରକ୍ଷା କରିଥିଲେ।

ହେଲେ ପରେ ସେ କୂଅ ନିକଟରେ ହିଁ ସ୍ତ୍ରୀ ଆଶା ବାଈଙ୍କୁ ବୀଭତ୍ସ ହତ୍ୟା କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣାରେ ଅଭିଯୁକ୍ତ ସ୍ୱାମୀ ଶଙ୍କର ରାମଙ୍କୁ ପୋଲିସ ଗିରଫ କରିଛି।

ମିଳିଥିବା ସୂଚନା ମୁତାବକ, ଶାରୀରିକ ସମ୍ବନ୍ଧ ରଖିବାକୁ ସ୍ତ୍ରୀ ମନା କରିବାରୁ ଉଭୟ ସ୍ୱାମୀ, ସ୍ତ୍ରୀ ମଧ୍ୟରେ ଜୋର୍‌ଦାର ଝଗଡ଼ା ହୋଇଥିଲା। ଏହାପରେ ସ୍ତ୍ରୀ କୂଅ ଭିତରକୁ ଡେଇଁ ପଡ଼ିଥିଲେ। ସ୍ତ୍ରୀଙ୍କୁ ବଞ୍ଚାଇବା ପାଇଁ ଶଙ୍କର ମଧ୍ୟ କୂଅକୁ ଡେଇଁଥିଲେ। କିଛି ସମୟ ପରେ ସେ ଆଶାଙ୍କୁ କୂଅରୁ ବାହାର କରିଥିଲେ। ହେଲେ କୂଅରୁ ବାହାର କରିବା ପରେ ପୁଣି ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ରାଗିଯାଇ ଶଙ୍କର ସ୍ତ୍ରୀର ଗୁପ୍ତାଙ୍ଗକୁ ଆକ୍ରମଣ କରି ତାଙ୍କୁ ହତ୍ୟା କରିଥିଲେ। ଏହାପରେ ସେ ରାତିସାରା ସ୍ତ୍ରୀର ମୃତଦେହ ନିକଟରେ ବସି ରହିଥିଲେ।

ପୋଲିସ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଘଟଣାର ତଦନ୍ତ କରାଯାଉଛି। ସେହି ଅନୁସାରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.