ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୧୦ ବର୍ଷ ଜେଲ ସହ ୫ ହଜାର ଟଙ୍କା ଜରିମାନା

ବାଙ୍ଗିରିପୋଷି ନାବାଳିକା ଦୁଷ୍କର୍ମ ମାମଲା ରାୟ ପ୍ରକାଶ । ଅଭିଯୁକ୍ତ କାହ୍ନୁ ସିଂ କୁ ୧୦ ବର୍ଷ ଜେଲ ଓ ୫ ହଜାର ଟଙ୍କା ଜରିମାନା ଶୁଣାଣି କଲେ ଦୌରାଜଜ୍ ।

ବାଙ୍ଗିରିପୋଷି (କେନ୍ୟୁଜ): ବାଙ୍ଗିରିପୋଷି ନାବାଳିକା ଦୁଷ୍କର୍ମ ମାମଲା ରାୟ ପ୍ରକାଶ । ଅଭିଯୁକ୍ତ କାହ୍ନୁ ସିଂ କୁ ୧୦ ବର୍ଷ ଜେଲ ଓ ୫ ହଜାର ଟଙ୍କା ଜରିମାନା ଶୁଣାଣି ହୋଇଛି। ଏଥିସହିତ ଅନାଦେୟ ଅଧିକ ୧ ମାସ କାରା ଦଣ୍ଡାଦେଶ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ସ୍ବତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ସୁମିତା ଜେନା। ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଗୋଷାଣିପାଳ ଗ୍ରାମର କାହ୍ନୁ ସିଂ କୁ ଦଣ୍ଡାଦେଶ। ୨୦୧୮ ମସିହାରେ ଜଣେ ନାବାଳିକାକୁ ଦୁଷ୍କର୍ମ ମାମଲାର ବିଚାର କରି ରାୟ ଶୁଣାଇଛନ୍ତି ମାନ୍ୟବର କୋର୍ଟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.