Below header

ଆଜି ବି ଜାରି ରହିବ ଗ୍ରୀଷ୍ମକୋପ : ପାରଦ ଛୁଇଁପାରେ ୪୫ ଡିଗ୍ରୀ

ତାତିରୁ ମିଳୁନି ତ୍ରାହି । ଖତା ତାତି ସାଙ୍ଗକୁ ଗୁଳୁଗୁଳି ରାଜ୍ୟବାସୀଙ୍କୁ ଛଟପଟ କରୁଛି । ଆଜି ବି ଗ୍ରୀଷ୍ମକୋପ ଜାରି ରହିବ । ପାରଦ ଛୁଇଁପାରେ ୪୫ ଡିଗ୍ରୀ ।

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ସାରା ଓଡ଼ିଶା । ଆକାଶରୁ ଦିନ ତମାମ ନିଆଁ ପିଣ୍ଡୁଳା ଖସୁଛି । ଦିନ ଯେତିକି ବଢୁଛି ଗ୍ରୀଷ୍ମ ପ୍ରବାହ ସେତିତି ଅସମ୍ଭାଳ ହେଉଛି । ତାତିରୁ ମିଳୁନି ତ୍ରାହି । ଖତା ତାତି ସାଙ୍ଗକୁ ଗୁଳୁଗୁଳି ରାଜ୍ୟବାସୀଙ୍କୁ ଛଟପଟ କରୁଛି । ବାହାରକୁ ବାହାରିଲେ ଦେହ ହାତ ମୁହଁ ପୋଡ଼ି ଗଲା ଭଳି ଲାଗୁଛି । ଆଜି ବି ଗ୍ରୀଷ୍ମକୋପ ଜାରି ରହିବ । ପାରଦ ଛୁଇଁପାରେ ୪୫ ଡିଗ୍ରୀ । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର ଓ ବୌଦ୍ଧ ଜିଲ୍ଲାରେ ପ୍ରଚଣ୍ଡ ତାତି ଆଶଙ୍କା ରହିଛି । ଏସବୁ ଜିଲ୍ଲାକୁ ହିଟେଓ୍ଵଭ୍‌ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଉପକୂଳରେ ବି ନିସ୍ତାର ନାହିଁ । ଉପକୂଳ ଅଞ୍ଚଳରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୨-୩ ଡିଗ୍ରୀ ଅଧିକ ରହୁଛି ।

ଗତ ୨୪ ଘଣ୍ଟାରେ ୧୮ ସହରରେ ପାରଦ ୪୨ ଡିଗ୍ରୀ ଉପରେ ରହିଥିଲା । ୪୪.୫ ଡିଗ୍ରୀ ସେଲସିୟସ୍‌ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ବାରିପଦା । ଚଳିତ ଗ୍ରୀଷ୍ମରେ ପ୍ରଥମ ଥର ୪୪ ଡିଗ୍ରୀ ପାର କରିଛି ନୂଆପଡ଼ା ଜିଲ୍ଲା । ପଶ୍ଚିମ ଓଡ଼ିଶାରେ ଅସହ୍ୟ ହେଉଛି ରୌଦ୍ରତାପ । କାଲି ପରେ ଖସିବ ତାତି । ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ, ଆସନ୍ତାକାଲି ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ସମ୍ଭାବନା ରହିଛି । ୨୧ ତାରିଖରୁ ମାଲକାନଗିରି, ଗଜପତି, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ରାୟଗଡ଼ା ଆଦି ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.