Below header

ପଶ୍ଚିମରେ କଲବଲ କଲା ଉପକୂଳରେ ଶୀତଳ ଦେଲା ପାଗ

ଆଜି ସକାଳେ ରାଜ୍ୟରେ ହଠାତ୍‌ ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ଉପକୂଳରେ ମେଘୁଆ ପାଗ ସହ ଝିପିଝିପି ବର୍ଷା ହୋଇଥିଲା । ଏପଟେ ପଶ୍ଚିମରେ କଲବଲ କରୁଛି ଅସହ୍ୟ ତାତି ।

କେନ୍ୟୁଜ୍(ବ୍ୟୁରୋ):  ପଶ୍ଚିମ ତତଲା, ଉପକୂଳ ଥଣ୍ଡା। କାଳବୈଶାଖୀ ଓ ବର୍ଷା ଯୋଗୁଁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଆଜି ସକାଳେ ରାଜ୍ୟରେ ହଠାତ୍‌ ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ଉପକୂଳରେ ମେଘୁଆ ପାଗ ସହ ଝିପିଝିପି ବର୍ଷା ହୋଇଥିଲା । ଏପଟେ ପଶ୍ଚିମରେ କଲବଲ କରୁଛି ଅସହ୍ୟ ତାତି । ଦିନ ସାଢେ ୨ଟା ସୁଦ୍ଧା ସମ୍ବଲପୁର ପାଲଟିଛି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର। ପାରଦ ୪୪ ଡିଗ୍ରୀ ଛୁଇଁଛି। ଝାରସୁଗୁଡ଼ାରେ ୪୩.୪ ଡିଗ୍ରୀ ସେଲସିୟସ ଥିବା ବେଳେ ହୀରାକୁଦରେ ୪୨.୪, ବାଲେଶ୍ୱରରେ ୩୯ ଓ କେନ୍ଦୁଝରରେ ୩୮.୨ ଡିଗ୍ରୀ ରେକର୍ଡ ହୋଇଛି। ଆଗାମୀ ୫ ଦିନ ଯାଏ ହିଟ୍‌ୱେଭ୍‌ ୱାର୍ଣ୍ଣିଂ ଜାରି ହୋଇଛି।

ଆସନ୍ତା ୪ରୁ ୫ଦିନ ଯାଏ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। କିନ୍ତୁ ନିମ୍ନଚାପ ରେଖା ପ୍ରଭାବରେ ଉପକୂଳ ଓଡ଼ିଶା ତଥା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଗତକାଲି ଠାରୁ ମେଘ ସମୁହ ଓଡ଼ିଶା ମଧ୍ୟକୁ ପ୍ରବେଶ କରିଛି। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ତାପମାତ୍ରା ଯଥେଷ୍ଟ ହ୍ରାସ ପାଇଛି। ଆଗାମୀ ୨୪ ଘଣ୍ଟାରେ ୬ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ଆସନ୍ତା କାଲି ଠାରୁ ପୁଣି ବଢିବ ତାପମାତ୍ରା। ରଜରେ ତତଲା ରହିବ ପାଗ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.