କଣ୍ଠଶିଳ୍ପୀ ସୌରୀନ ଭଟ୍ଟ ବିରୋଧରେ ଯୌନ ଶୋଷଣ ମାମଲା: ମହିଳା ଥାନା ପୋଲିସର ତନାଘନା ଆରମ୍ଭ

ପଡ଼ିତାଙ୍କ ଅଭିଯୋଗ ମୁତାବକ ସେ ଯେଉଁ ଯେଉଁ ସ୍ଥାନରେ ସେରିନଙ୍କ ସହ ସମୟ ଅତିବାହିତ କରିଛନ୍ତି ପ୍ରତିଟି ସ୍ଥାନକୁ ଯାଇ ମହିଳା ଥାନା ପୋଲିସ ଯାଞ୍ଚ କରିବ ବୋଲି କହିଛନ୍ତି କମିଶନରେଟ ପୋଲିସର ଜୋନ ୨ ଏସିପି ଅମିତାଭ ମହାପାତ୍ର ।

କେନ୍ୟୁଜ୍(ବ୍ୟୁରୋ): କଣ୍ଠଶିଳ୍ପୀ ସୌରୀନ ଭଟ୍ଟ ବିରୋଧରେ ଯୌନ ଶୋଷଣ ମାମଲା ରୁଜ୍ଜୁ ଘଟଣାରେ କଟକ ମହିଳା ଥାନା ପୋଲିସ ତନାଘନା ଆରମ୍ଭ କରିଛି । ପୀଡ଼ିତାଙ୍କ ଡାକ୍ତରୀ ମଇନା ସହ CRPC ର ଧାରା ୧୬୪ ଆଧାରରେ ଏସଡିଜେଏମ କୋର୍ଟରେ ପିଡ଼ିତାଙ୍କ ବୟାନ ରେକର୍ଡ ହୋଇଛି । ଏହା ସହ ଭିଡିଓ ଓ ଅଡିଓ ମୋଡରେ ମଧ୍ୟ ପୋଲିସ ଅଭିଯୋଗକାରୀଣିଙ୍କ ବୟାନ ରେକର୍ଡ କରିଛି । ସେପଟେ ବର୍ତ୍ତମାନ ମାମଲାର ଅନୁଧ୍ୟାନ କରାଯାଉଛି ଏବଂ ଏହି ଘଟଣା ସହିତ ଜଡ଼ିତ ଥିବା ଲୋକଙ୍କ ବୟାନ ରେକର୍ଡ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଏହା ବ୍ଯତିତ ପଡ଼ିତାଙ୍କ ଅଭିଯୋଗ ମୁତାବକ ସେ ଯେଉଁ ଯେଉଁ ସ୍ଥାନରେ ସେରିନଙ୍କ ସହ ସମୟ ଅତିବାହିତ କରିଛନ୍ତି ପ୍ରତିଟି ସ୍ଥାନକୁ ଯାଇ ମହିଳା ଥାନା ପୋଲିସ ଯାଞ୍ଚ କରିବ ବୋଲି କହିଛନ୍ତି କମିଶନରେଟ ପୋଲିସର ଜୋନ ୨ ଏସିପି ଅମିତାଭ ମହାପାତ୍ର ।

ଏହା ବ୍ଯତିତ ଯଦି ସୌରୀନ ପୋଲିସ ନିକଟରେ ହାଜର ନ ହୁଅନ୍ତି, ତେବେ ତାଙ୍କୁ ଖୋଜିବାକୁ ମହିଳା ଥାନା ପୋଲିସ ଉଦ୍ୟମ କରିବ ଏବଂ ନିୟମ ଅନୁଯାୟୀ ସେରିନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ବଡ଼ କଥା ହେଉଛି କି ପ୍ରାଥମିକ ଅନୁସନ୍ଧାନରୁ ପିଡ଼ିତା ଯୁବତୀଙ୍କ ଅଭିଯୋଗରେ ସତ୍ୟତା ଥିବା ଜଣା ପଡ଼ିଥିବା କହିଛନ୍ତି ଜୋନ ୨ ଏସିପି ଅମିତାଭ ମହାପାତ୍ର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.