Below header

ରାତି ଅଧରେ ଢାଳିଲା ଗୁଳୁଗୁଳିରୁ ଆଶ୍ବସ୍ତି ଦେଲା

ଆଉ ଏକ ଆଶ୍ୱସ୍ତିର ବିଷୟ କାଲିଠୁ କମିବ ତାତି। ଦୁଇ ଦିନ ପର୍ଯ୍ୟନ୍ତ ୩ରୁ ୫ ଡିଗ୍ରୀ ତାତି କମିପାରେ। ଆଇଏମ୍‌ଡିର ପୂର୍ବାନୁମାନ, ଜୁନ୍‌ ୨୧ରୁ ବଢିବ ବର୍ଷାର ବିସ୍ତୃତ । ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ସମ୍ଭାବନା ରହିଛି। ୨୨ ତାରିଖରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

କେନ୍ୟୁଜ୍(ବ୍ୟୁରୋ): ରାତି ଅଧରେ ଢାଲିଲା । ଦିନ ସାରା ତାତି ସାଙ୍ଗକୁ ଗରମ ପବନ ଓ ଗୁଳୁଗୁଳିରେ ସନ୍ତୁଳି ହେଉଥିଲେ ଟ୍ଵିନସିଟି ବାସିନ୍ଦା । ହେଲେ ରାତି ଅଧରେ ଢାଳିଲା । ଭୁବନେଶ୍ୱର ଓ କଟକର ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷିଲା । ବର୍ଷାରେ ସହରବାସୀଙ୍କୁ ତାତିରୁ ଟିକିଏ ଆଶ୍ୱସ୍ତି ମିଳିଛି ।

ଅନ୍ୟପଟେ ଆଉ ଏକ ଆଶ୍ୱସ୍ତିର ବିଷୟ କାଲିଠୁ କମିବ ତାତି। ଦୁଇ ଦିନ ପର୍ଯ୍ୟନ୍ତ ୩ରୁ ୫ ଡିଗ୍ରୀ ତାତି କମିପାରେ। ଆଇଏମ୍‌ଡିର ପୂର୍ବାନୁମାନ, ଜୁନ୍‌ ୨୧ରୁ ବଢିବ ବର୍ଷାର ବିସ୍ତୃତ । ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ସମ୍ଭାବନା ରହିଛି। ୨୨ ତାରିଖରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ତେବେ ଆଜି ପାଇଁ ୧୦ ଜିଲ୍ଲାକୁ ସିଭିୟର ହିଟ୍‌ େଓ୍ଵଭ୍‌ ପାଇଁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି ହୋଇଛି । ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ସୋନପୁର, ଦେବଗଡ଼, ଅନୁଗୁଳ, ବୌଦ୍ଧ, ବଲାଙ୍ଗିର ଓ କନ୍ଧମାଳ ଲାଗି ଅରେଞ୍ଜ ୱାର୍ଣ୍ଣିଂ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.