ବ୍ରହ୍ମପୁରରେ ଅତିଶୀଘ୍ର କାର୍ଯ୍ୟକ୍ଷମ ହେବ ରାଜ୍ୟର ଦ୍ୱିତୀୟ ଭାରୀଯାନ ପ୍ରଶିକ୍ଷଣ କେନ୍ଦ୍ର, ଉପକୃତ ହେବେ ତିନୋଟି ଜିଲ୍ଲାର ଯୁବକ

ବ୍ରହ୍ମପୁର (କେନ୍ୟୁଜ୍) : ରାଜ୍ୟରେ ଦ୍ୱିତୀୟ ଭାବେ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଳକ ପାଲୁର ହିଲ୍ ଠାରେ କାର୍ଯ୍ୟକାରୀ ହେବାକୁ ଯାଉଛି ଭାରୀଯାନ ପ୍ରଶିକ୍ଷଣ କେନ୍ଦ୍ର । ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ହୋଇଥିବା ଏହି ପ୍ରଶିକ୍ଷଣ କେନ୍ଦ୍ରରେ ଗାଡ଼ି ଚାଳକ ମାନଙ୍କୁ ଦୀର୍ଘ ତିନି ମାସ ଧରି ଗାଡ଼ି ଚଳାଇବା ନିମନ୍ତେ ସମସ୍ତ ପ୍ରକାରର ପ୍ରଶିକ୍ଷଣ ପ୍ରଦାନ କରାଯିବା ସହିତ ସେମାନଙ୍କୁ ସମସ୍ତ ପ୍ରକାରର ସୁବିଧା ପ୍ରଦାନ କରାଯିବ ।

bharijanaପୂର୍ବରୁ ଭାରୀ ଯାନ ପ୍ରମାଣ ପତ୍ର ପାଇବାକୁ ହେଲେ ଯାଜପୁର ଜିଲ୍ଲା ଛତିଆକୁ ଯାଇ ସେଠାରେ ପ୍ରଶିକ୍ଷଣ ନେବାକୁ ପଡ଼ୁଥିଲା ଡ଼୍ରାଇଭର ମାନଙ୍କୁ କିନ୍ତୁ ଏବେ ଆଉ ସେଠାକୁ ଯିବାକୁ ପଡ଼ିବ ନାହିଁ । ତେବେ ଏଭଳି ସମସ୍ତ ପ୍ରକାରର ସୁବିଧା ଗୋଟିଏ ସ୍ଥାନରେ କରାଯାଇଥିବା ଯୋଗୁଁ ଡ଼୍ରାଇଭର ମାନଙ୍କ ମଧ୍ୟରେ ଖୁସୀର ଲହରୀ ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.