Below header

ଭାରତର ଏହି ୧୦ ଐତିହାସିକ ସ୍ଥାନ, ଯାହା ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ, ସାମିଲ ହେଲା ଭୁବନେଶ୍ବରର ରାଜାରାଣୀ ମନ୍ଦିର

ଏଣିକି ଭାରତର ୧୦ ଐତିହାସିକ ପର୍ଯ୍ୟଟନସ୍ଥଳୀ ସୂର୍ଯ୍ୟୋଦୟଠାରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଲାଗି ଖୋଲା ରହିବ। ଏ ନେଇ ସୋମବାର କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ପଟେଲ ନିଷ୍ପତ୍ତି ଜଣାଇଛନ୍ତି। ଯେଉଁ ପର୍ଯ୍ୟଟନସ୍ଥଳୀ ବୁଲିବା ପାଇଁ ସମୟ ସୀମା ବଢ଼ାଇବାକୁ ନିଷ୍ପତ୍ତି ହୋଇଛି, ସେଗୁଡ଼ିକ ହେଲା, ଦିଲ୍ଲୀର ହୁମାୟୁନ ଏବଂ ସଫଦରଜଙ୍ଗଙ୍କ ସମାଧି ସ୍ଥଳ, ଭୁବନେଶ୍ବରର ରାଜାରାଣୀ ମନ୍ଦିର, ଖଜୁରାହୋର ଦୁହ୍ଲାଦେବ ମନ୍ଦିର, କୁରୁକ୍ଷେତ୍ରର ଶେଖ ଚିଲ୍ଲୀଙ୍କ ସମାଧି, କର୍ନାଟକର ପଟ୍ଟଡକଲ ସ୍ମାରକ ସମୂହ। ଏହାସହ କର୍ନାଟକର ଗୋଲ ଗୁମ୍ବଦ, ମହାରାଷ୍ଟ୍ରର ମନ୍ଦିର ସମୂହ(ମାର୍କଣ୍ଡ), ଉତ୍ତର ପ୍ରଦେଶ ବାରାଣସୀର ମନ ମହଲ ଏବଂ ଗୁଜରାଟର ରାଣୀଙ୍କ ମାଳା ଆଦି ପର୍ଯ୍ୟଟନସ୍ଥଳୀ ଅନ୍ତର୍ଭୁକ୍ତ ରହିଛି।

raja rani

ଏହାସହ ପଢ଼ନ୍ତୁ: ଓଡ଼ିଶା ରସଗୋଲାକୁ ମିଳିଲା GI ମାନ୍ୟତା

ଏହି ସମୟ ସୀମା ୩ ବର୍ଷ ପର୍ଯ୍ୟନ୍ତ ବୈଧ ବୋଲି ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ ତାଲିକାରେ କେତେକ ମନ୍ଦିର ସ୍ଥାନିତ ହୋଇଛି, ଯାହା ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟତା ହାସଲ କରିଛି। ଲୋକମାନେ ରାତିରେ ମଧ୍ୟ ମନ୍ଦିର ଯାଉଛନ୍ତି। ସେଥିପାଇଁ ଏହି ସ୍ଥାନଗୁଡ଼ିକୁ ବୁଲିବା ପାଇଁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମୟ ସୀମା ବଢ଼ାଇ ଦିଆଯାଇଛି।

ତେବେ ରାଜ୍ୟଗୁଡ଼ିକରୁ ଆସିବାକୁ ଥିବା ପ୍ରସ୍ତାବ ଉପରେ ଚର୍ଚ୍ଚା କରିବା ପାଇଁ ମନ୍ତ୍ରଣାଳୟ ଦ୍ବାରା ଏକ କମିଟି ଗଠନ କରାଯାଇଥିଲା। ଏହି କମିଟି ବିଭିନ୍ନ ରାଜ୍ୟର ୩୫ଟି ପର୍ଯ୍ୟଟନସ୍ଥଳୀ ଉପରେ ବିଚାରବିମର୍ଶ କରିଥିଲେ। ପ୍ରଥମେ ଏ ସବୁ ସ୍ଥାନକୁ ରାତି ୧୦ଟା ପର‌୍ୟ୍ୟନ୍ତ ଖୋଲା ରଖିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ସବୁ ଦିଗକୁ ତର୍ଜମା କରି କମିଟି ସେଥିମଧ୍ୟରୁ ମାତ୍ର ୧୦ଟି ପର୍ଯ୍ୟଟନସ୍ଥଳୀ ଚୟନ କରିଥିଲା ଏବଂ ସମୟ ସୀମା ରାତି ୯ଟା ପର୍ଯ୍ୟନ୍ତ ବଢ଼ାଇବାକୁ ନିଷ୍ପତ୍ତି ନେଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.