ଓଡ଼ିଶା ରସଗୋଲାକୁ ମିଳିଲା ନିଜସ୍ୱ ପରିଚୟ, ଖୁସି ମନାଇଛନ୍ତି ରାଜ୍ୟବାସୀ

ରସଗୋଲାର ଉତ୍ପତ୍ତି ସ୍ଥଳ କେଉଁଠି? ଓଡ଼ିଶା ନା ପଶ୍ଚିମବଙ୍ଗ। ବହୁ ଦିନରୁ ଲାଗି ରହିଥିଲା ବିବାଦ। ଶେଷରେ ଓଡ଼ିଶା ରସଗୋଲାକୁ ମିଳିଲା  ଜିଆଇ ମାନ୍ୟତା । କେନ୍ଦ୍ର ସରକାରଙ୍କ ଜିଆଇ ରେଜିଷ୍ଟ୍ରେସନ୍‌ କାର୍ଯ୍ୟାଳୟ ପକ୍ଷରୁ ପ୍ରମାଣପତ୍ର ଓଡ଼ିଶାକୁ ପ୍ରଦାନ କରାଯାଇଛି। ଚେନ୍ନାଇ ସ୍ଥିତ ଜିଆଇ ରେଜିଷ୍ଟ୍ରାରଙ୍କ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି। ଜିଆଇ ମାନ୍ୟତା ନେଇ ଗତବର୍ଷ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଓ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସମିତି ଏଥିପାଇଁ ଆବେଦନ କରିଥିଲେ।

ଆହୁରି ପଢନ୍ତୁ: ଭାରତର ଏହି ୧୦ ଐତିହାସିକ ସ୍ଥାନ, ଯାହା ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ, ସାମିଲ ହେଲା ଭୁବନେଶ୍ବରର ରାଜାରାଣୀ ମନ୍ଦିର

ତଥ୍ୟ ପ୍ରମାଣକୁ ଆଧାର କରି ଜିଆଇ ମାନ୍ୟତା ପାଇଛି ଓଡ଼ିଆ ରସଗୋଲା। ଖୁସି ପ୍ରକାଶ କରିଛନ୍ତି ରାଜ୍ୟବାସୀଙ୍କ ସହ ବ୍ୟବସାୟୀ। ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ଟ୍ଵିଟ୍‌ କରି ନବୀନ କହିଛନ୍ତି, ବିଶ୍ୱବ୍ୟାପୀ ଓଡ଼ିଆଙ୍କ ଦ୍ୱାରା ରସଗୋଲା ବେଶ ଆଦୃତ ଲାଭ କରିଛି। ଶ୍ରୀଜଗନ୍ନାଥଙ୍କୁ ବି ରସଗୋଲା ଭୋଗ ଲାଗି ହେଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

rasagoll gi

ଓଡ଼ିଶାର ରସଗୋଲା କାହିଁ କେଉଁ କାଳର। ଜଗନ୍ନାଥ ସଂସ୍କୃତିରେ ବି ଏହାର ପ୍ରମାଣ ବି ରହିଛି। ରଥଯାତ୍ରାର ଶେଷ ଦିନ ନୀଳାଦ୍ରି ବିଜେରେ ଶ୍ରୀଜଗନ୍ନାଥ ମାଆ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବାର ପରମ୍ପରା ରହିଛି। ପୂର୍ବରୁ ପଶ୍ଚିମବଙ୍ଗ ରସଗୋଲାକୁ ବାଂଲା ରସଗୋଲା ଭାବରେ ମିଳିଥିଲା ଜିଆଇ ଟ୍ୟାଗ୍‌।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.