ବଦଳିବ ସଚିବାଳୟର ନାଁ, ନୂଆ ନାମ ହେବ ‘ଲୋକସେବା ଭବନ’, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବଦଳିବ ରାଜ୍ୟ ସଚିବାଳୟର ନାଁ। ରାଜ୍ୟ ସଚିବାଳୟର ନାଁ ବଦଳାଇ ଲୋକସେବା ଭବନ ରଖାଯିବ। ଏନେଇ ବିଧାନସଭାରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେ ଲୋକଙ୍କ ପାଖରେ ଋଣୀ। ଲୋକଙ୍କ ଆଶା ଆକାଂକ୍ଷା ପୂରଣ ପାଇଁ କାମ କରିବୁ। ଗଣତନ୍ତ୍ରରେ ଜନସାଧରାଣ ସର୍ବେସର୍ବା। ସେମାନଙ୍କ ସେବା ପାଇଁ ଆମେ ଉତ୍ସର୍ଗୀକୃତ ବୋଲି ଗୃହରେ କହିଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ରାଉରକେଲାରେ ଭିଜିଲାନ୍ସର ନୂଆ ଡିଭିଜନ ହେବ ବୋଲି ମଧ୍ୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.