ହାଇକୋର୍ଟଙ୍କ ନୂଆ ଗାଇଡ଼ଲାଇନ: ଭିସି ବା ଜୁମ ମିଟିଙ୍ଗ କେହି ରେକର୍ଡ଼ିଂ କରି ପାରିବେ ନାହିଁ

କଟକ(କେନ୍ୟୁଜ୍):  ଓଡିଶା ହାଇକୋର୍ଟରେ ମାମଲାର ଭିସି ବା ଜୁମ ମିଟିଙ୍ଗ ପାଇଁ ନୂଆ ଗାଇଡ଼ଲାଇନ। କୌଣସି ପରିସ୍ଥିତିରେ କେହି ଜୁମ ମିଟିଙ୍ଗର ରେକର୍ଡ଼ିଂ କରି ପାରିବେ ନାହିଁ। ହାଇକୋର୍ଟଙ୍କ ଭିସିର ପବ୍ଲିକେସନ ମଧ୍ୟ ହୋଇ ପାରିବ ନାହିଁ। ଆଇନଜୀବୀ ଓ ପକ୍ଷଙ୍କ ପାଇଁ ବିସ୍ତ୍ରୁତ ଗାଇଡ଼ଲାଇନ ଜାରି କଲେ ଓଡିଶା ହାଇକୋର୍ଟ।

 

ଓଡିଶା ହାଇକୋର୍ଟରେ ଟାକସେସନ, ଆରବିଟ୍ରେସନ ଓ କମରସିଆଲ ମାମଲାର ହେବ କେବଳ ଇ ଫାଇଲିଙ୍ଗ। କେବଳ ଅନଲାଇନରେ ଏଭଳି ମାମଲା ଗ୍ରହଣୀୟ ହେବ। ଆବେଦନର ହାର୍ଡ କପି ଦାଖଲ କରିବା ଅନାବଶ୍ୟକ। ନୂଆ ବର୍ଷରେ ଏ ନେଇ ଜାରି ହୋଇଛି ନୂଆ ଗାଇଡ଼ଲାଇନ। କୋର୍ଟ ଫି ମଧ୍ୟ ଇ ପେମେଣ୍ଟ କରାଯିବ। ଓଡିଶା ହାଇକୋର୍ଟଙ୍କ ପକ୍ଷରୁ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.