Below header

ଗଡ଼ିବ କି ନାହିଁ ମା ବିରଜାଙ୍କ ରଥ, ହାଇକୋର୍ଟ କହିଲେ ନିଷ୍ପତ୍ତି ନେବେ ଜିଲ୍ଲାପାଳ

କଟକ/ଯାଜପୁର ଟାଉନ : ଆଜି ହାଇକୋର୍ଟରେ ବିରଜା ରଥଯାତ୍ରା ମାମଲାର ଶୁଣାଣି କରି ଏ ସମ୍ପର୍କରେ ଯାଜପୁର ଜିଲ୍ଲାପାଳ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ । କୋଭିଡ଼ ଗାଇଡ଼ ଲାଇନ୍‌କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ରଥଯାତ୍ରା ହେବ କି ନାହିଁ ସେ ସମ୍ପର୍କରେ ଯାଜପୁର ଜିଲ୍ଲାପାଳ ଓ ଏସପିଙ୍କୁ ପୂର୍ବରୁ ରିପୋର୍ଟ ତଲବ କରିଥିଲେ ଅଦାଲତ । ଆଜି ସୁଦ୍ଧା ଏ ନେଇ ରିପୋର୍ଟ ଦେବାକୁ ଜିଲ୍ଲାପାଳ ଓ ଏସପିଙ୍କୁ କୁହାଯାଇଥିଲା ।

ନିର୍ଦ୍ଦେଶ ଅନୁଯାୟୀ ସରକାରଙ୍କ ପକ୍ଷରୁ ଏହି ରିପୋର୍ଟ ହାଇକୋର୍ଟରେ ଉପସ୍ଥାପିତ ହୋଇଥିଲା। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଶାରଦୀୟ ଦୂର୍ଗାପୂଜା ଅବସରରେ ହେଉଥିବା ରଥଯାତ୍ରା ଚଳିତ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମୁକ୍ତି ମଣ୍ଡପ ସେବାୟତ ପରିଷଦ । ପ୍ରତିବର୍ଷ ଦୂର୍ଗା ପୂଜା ଅବସରରେ ମା ବିରଜାଙ୍କର ସ୍ୱତନ୍ତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ଚଳିତ ବର୍ଷ କରୋନା ଜନିତ କଟକଣା ରହିଥିବାରୁ କୌଣସି ମନ୍ଦୀରରେ କୌଣସି ଧର୍ମୀୟ କାର୍ଯ୍ୟକ୍ରମ ହୋଇପାରିବ ନାହିଁ ବୋଲି ନିୟମ ରହିଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.