Below header

ବରୀ ବିଜୁ ଜନତା ଦଳର ଜନସଚେତନତା ଅଭିଯାନ ଶୁଭାରମ୍ଭ

ଯାଜପୁର(କେନ୍ୟୁଜ୍‌): ଅକ୍ଟୋବର ୨ରୁ ନଭେମ୍ବର ୨ ପର୍ଯ୍ୟନ୍ତ ବିଜେଡିର ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆଜି ଯାଜପୁର ଜିଲ୍ଲା ବରୀ ବିଜୁ ଜନତା ଦଳ ପକ୍ଷରୁ ରସୁଲପୁର ବ୍ଲକ ପ୍ରଥମାଖଣ୍ଡ ପଂଚାୟତରୁ ଜନସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ବରୀ ବିଧାୟିକା ସୁନନ୍ଦା ଦାସ ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।

ବିଧାୟିକାଙ୍କ ସହ ଦଳୀୟ କର୍ମୀମାନେ ହାତରେ ପ୍ଲାକାର୍ଡ ଧରି ଏକ ଶୋଭାଯାତ୍ରାରେ ବାହାରି ବିଭିନ୍ନ ଗାଁ ପରିକ୍ରମା କରିଥିଲେ । ଏଥିସହ ଲୋକମାନଙ୍କୁ ମାସ୍କ ବଂଟନ କରିବା ସହ ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବାର୍ତା ସଂପର୍କରେ ସଚେତନ କରାଇଥିଲେ । ଏହି ଅବସରରେ ପଂଚାୟତର ଚକଗୋପାଳପୁର ଗାଁ ପାଲା ମଣ୍ଡପରେ ଏକ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.