ରାଜଧାନୀର ମଞ୍ଚେଶ୍ୱର ଥାନା ଅଧୀନସ୍ଥ ପଳାଶୁଣି ନିକଟରେ ଡେଲିଭରି ବୟଙ୍କ ଠାରୁ ଲୁଟ୍, ସଙ୍କଟାପନ୍ନ ଅବସ୍ଥାରେ କଟକ ମେଡିକାଲରେ ଭର୍ତ୍ତି

ଭୁବନେଶ୍ୱର: ଆଜିକାଲି ଭୁବନେଶ୍ୱରର ଗଳିକନ୍ଦି ପ୍ରତ୍ୟେକ ସ୍ଥାନରେ ଲୁଟ୍ ପାଟ ଚାଲିଛି। ଲୁଟେରାମାନେ ପୋଲିସକୁ ଚାଲେଞ୍ଜ କରି ଏଭଳି ଘଟଣା ସବୁ ଘଟାଇ ଚାଲିଛନ୍ତି । ସେହିପରି ମଞ୍ଚେଶ୍ୱର ଥାନା ଅଧୀନସ୍ଥ ପଳାଶୁଣି ନିକଟରେ ପୁନର୍ବାର ଆଉ ଏକ ଲୁଟ୍ ଘଟଣା ସାମ୍ନାକୁ ଆସିଛି ।ଏହି ଲୁଟ୍ ର ଶିକାର ହୋଇଛନ୍ତି ଜଣେ ଯୁବକ। ତାଙ୍କ ନାମ ଶୁଭକାନ୍ତ ନାଥ।

ସୂଚନା ଅନୁସାରେ ଶୁଭକାନ୍ତ ନାଥ ନିଳାଦ୍ରୀ ବିହାରରେ ରୁହନ୍ତି । ସେ ଡେଲିଭରି ବୟ ଭାବରେ କାର୍ଯ୍ୟ କରନ୍ତି। ପାହାଳ ଅଞ୍ଚଳରେ ଜଣଙ୍କୁ ଖାଦ୍ୟ ଡେଲିଭରି ଦେବାକୁ ପଳାସୁଣି ଅଞ୍ଚଳ ଦେଇ ଯାଉଥିବା ସମୟରେ ଦୁଇ ଜଣ ଯୁବକ ତାଙ୍କୁ ପିଛା କରିଥିଲେ। ଅଳ୍ପ ରାସ୍ତା ଗଲାପରେ ତାଙ୍କ ଗାଡ଼ିକୁ ଗୋଇଠା ମାରି ଥିଲେ। ଯାହାଫଳରେ ଶୁଭକାନ୍ତ ଛିଟକି ପଡିଥିଲେ ଓ ଗୁରୁତର ଆହତ ହୋଇଥିଲେ। ସେହି ସମୟରେ ଲୁଟେରା ମାନେ ତାଙ୍କ ମୋବାଇଲ୍ ଏବଂ ଅନ୍ୟ ଜିନିଷ ଲୁଟ୍ ପାଟ କରି ନେଇ ଯାଇଥିଲେ ।

ଏହାକୁ ନେଇ ଶୁଭକାନ୍ତଙ୍କ ଭାଇ ମଞ୍ଚେଶ୍ବର ଥାନା ଏତଲା ଦେଇଛନ୍ତି। ଗୁରୁତର ଶୁଭକାନ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତୀ କରାଯାଇଥିଲା, ଏହାପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ମେଡିକାଲ୍ କୁ ସ୍ଥାାନ୍ତରିତ କରାଯାଇଛି । ସୂଚନା ଥାଉକି, ଅଳ୍ପ ଦିନ ପୂର୍ବରୁ ଜଣେ ଯୁବତୀଙ୍କ ଠାରୁ ମଞ୍ଚେଶ୍ଵର ଥାନା ନିକଟସ୍ଥ ସମାନ ସ୍ଥାନରୁ ହିଁ ଲୁଟ୍ କରାଯାଇଥିଲା । ଆଉ ଏଥିରେ ଯୁବତୀ ଜଣଙ୍କ ଆହତ ହୋଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.