ପୁରୁଣା ଟାଇପରାଇଟରରେ ବନାନ୍ତି ଏତେ ସୁନ୍ଦର ଚିତ୍ର ଯାହା ଦେଖିଲେ ଆପଣ ବି ବିଶ୍ୱାସ କରିପାରିବେନି, ଥରେ ଦେଖନ୍ତୁ ଏହି ଭିଡିଓ

ଆଜିର ଡେଟରେ ଟାଇପରାଇଟର କଥା କହିଲେ ଆପଣ ବି ଏହାର ବ୍ୟବହାର ଜାଣିନଥିବେ ବୋଲି କହିବେ । କାରଣ ଆଜିକା ଯୁଗରେ ଟାଇପରାଇଟର କିଏ ୟୁଜ କରୁଛି ? ଏହା ଅଧିକାଂଶ ଲୋକଙ୍କ ଘରେ ଦେଖିବାକୁ ବି ମିଳେନାହିଁ କାରଣ ଆମ ମାନଙ୍କ ମଧ୍ୟରୁ ଅନେକ ଲୋକ ଅଛନ୍ତି ଯିଏ ଏହାର ବ୍ୟବହାର ଜାଣିନାହାନ୍ତି । ସାଧାରଣତଃ ଅଧିକାଂଶ ଲୋକ ନିଜ ଘରେ ପୁରୁଣା ଟାଇପରାଇଟର ଏଥିପାଇଁ ରଖିଥାନ୍ତି କାରଣ ସେମାନେ କହିପାରିବେ ଯେ ଆମ ଜେଜେବାପା ଏଥିରେ ଲେଖୁଥିଲେ । ଏହା ଏକ ଆଣ୍ଟିକ ପିସ ଯାହାକୁ ଆସନ୍ତା ପିଢ଼ି ଦେଖିବା ନିହାତି ଜରୁରୀ କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବାଙ୍ଗାଲୋରର ଜଣେ ଆର୍ଟିଷ୍ଟ ଏହା ମାଧ୍ୟମରେ ସୁନ୍ଦର ଚିତ୍ର ବନାଇଥାନ୍ତି । ଥରେ ଦେଖନ୍ତୁ ଏହି ଭିଡିଓ ..

ଏ ହେଉଛନ୍ତି AC ଗୁରୁମୁର୍ଥୀ ଯିଏକି ବାଙ୍ଗାଲୋରରେ ବାସ କରନ୍ତି । ସେ ଜଣେ ଆର୍ଟିଷ୍ଟ । ପୁରୁଣା ଟାଇପରାଇଟର ବ୍ୟବହାର କରି ସେ ପୋର୍ଟରେଟ ବନାଇଥାନ୍ତି । ଆପଣ ବିଶ୍ୱାସ ବି କରିପାରିବେ ନାହିଁ ଯେ ପୁରୁଣା ଟାଇପରାଇଟର ବ୍ୟବହାର କରି ସେ ଏତେ ସୁନ୍ଦର ଚିତ୍ର ବନାଇଛନ୍ତି । ତେବେ ଡକ୍ଟର ଅଜୟତା ନାମକ ଜଣେ ଟ୍ୱିଟର ୟୁଜର ଏହାକୁ ନିଜ ଆକାଉଣ୍ଟରେ ସେୟାର କରିଥିଲେ ଆଉ ଏହି ଆର୍ଟିଷ୍ଟଙ୍କ ବିଷୟରେ କହିଥିଲେ । ଚଳିତ ବର୍ଷ ସେ ଲୋକଙ୍କୁ ସଚେତନ କରିବା ପାଇଁ ଟାଇପରାଇଟର ସାହାଯ୍ୟରେ ଭାରତ ମାତାଙ୍କର ଚିତ୍ର ବନାଇଥିଲେ , ଯେଉଁଥିରେ ସେ ତ୍ରିଶୂଳ ମାଧ୍ୟମରେ ଦେଖାଇଥିଲେ ଯେ ମାତା କରୋନା ଭାଇରସକୁ ଶେଷ କରିବାକୁ ଚାଁହାନ୍ତି । ସେ ଦୀର୍ଘ 50 ବର୍ଷ ହେଲା ଟାଇପରାଇଟର ଦ୍ୱାରା ଏପରି ଚିତ୍ର ବନାଇ ଆସୁଛନ୍ତି । ନିଜର ଏହି ଆର୍ଟ ଜରିଆରେ ଦିନେ ସେ ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡରେ ନିଜର ନାଁ ଲେଖିବେ ବୋଲି ଆଶା ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.