Below header

ବିନା ଭକ୍ତରେ ଆରମ୍ଭ ହେଲା ତାଳଚେରରେ ଅଧିଷ୍ଠାତ୍ରୀ ଦେବୀ ମାଆ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା, ପୀଠରେ ୧୪୪ ଧାରା ଲାଗୁ

ତାଳଚେର: ଆରମ୍ଭ ହେଲା ତାଳଚେରରେ ଅଧିଷ୍ଠାତ୍ରୀ ଦେବୀ ମାଆ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା। ଗୋପାଳପ୍ରସାଦ ସ୍ଥିତ ମାଆଙ୍କ ମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ଯାତ୍ରା। ନଅଦିନ ବ୍ୟାପୀ ଏହି ଯାତ୍ରାରେ ଲୋକ ମହୋତ୍ସବକୁ କୋଭିଡ କଟକଣା ଯୋଗୁଁ ବନ୍ଦ କରାଯାଇଛି। ବିନା ଭକ୍ତରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ହେଉଛି।

ମନ୍ଦିର ଓ ମାଆଙ୍କ ଉଭାସ୍ଥଳୀରେ ୧୪୪ ଧାରା ଲାଗୁ ସହ ଦୁଇ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି। ପ୍ରତିବର୍ଷ ମାଆ ହିଙ୍ଗୁଳାଙ୍କ ଉଭା ସ୍ଥଳରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ। କିନ୍ତୁ କୋଭିଡ କଟକଣା ଯୋଗୁଁ ଭକ୍ତ ଶୂନ୍ୟ ହୋଇଛି ମାଆଙ୍କ ଉଭା ସ୍ଥଳୀ ଓ ମନ୍ଦିର। କିଭଳି ଚାଲିଛି ମାଆଙ୍କ ପୂଜାର୍ଚ୍ଚନା ସେ ନେଇ ମନ୍ଦିର କମିଟି ସଦସ୍ୟ ଓ ଦେହୁରୀଙ୍କ ସହ ଆଲୋଚନା କରିଛନ୍ତି ତାଳଚେର ରିପୋର୍ଟର ଅନିଲ କୁମାର ସାମଲ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.