ହାଇକୋର୍ଟରେ ଅଲିଭ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପ୍ରସଙ୍ଗରେ ଶୁଣାଣି, ଆସନ୍ତାକାଲି କେନ୍ଦ୍ରାପଡ଼ା ଏସ୍‌ପିଙ୍କୁ ଭିଡିଓ କନଫରେନ୍‌ସିଂରେ ହାଜର ହେବାକୁ ନିର୍ଦ୍ଦେଶ

କଟକ: ହାଇକୋର୍ଟରେ ଅଲିଭ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପ୍ରସଙ୍ଗରେ ଶୁଣାଣି ହୋଇଛି । ଗହୀରମଥା ଫରେଷ୍ଟ ବୋଟ୍‌ ଆକ୍ରମଣ ଘଟଣାରେ ମାଛଧରା ଟ୍ରଲର ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି କୋର୍ଟ ।

ଏହି ମାମଲାରେ କେନ୍ଦ୍ରାପଡ଼ା ଏସ୍‌ପିଙ୍କୁ ଆସନ୍ତାକାଲି ଭିଡିଓ କନଫରେନ୍‌ସିଂରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି । ଆସନ୍ତାକାଲି ମାମଲାର ପୁଣି ଶୁଣାଣି ହେବ । ଗତ ମାର୍ଚ୍ଚ ୧୫ ତାରିଖରେ ଗହୀରମଥାରେ ଫରେଷ୍ଟ ବୋଟ ଉପରେ ଆକ୍ରମଣ ହୋଇଥିଲା । ଏହି ଘଟଣାରେ ୧୧ଜଣଙ୍କୁ ଗିରଫ କରିଛି ତାଳଚୁଆ ସାମୁଦ୍ରିକ ଥାନା ପୋଲିସ । ହେଲେ ଏଯାଏ ମାଛଧରା ଟ୍ରଲର ମାଲିକଙ୍କୁ ଗିରଫ କରାଯାଇନାହିଁ । ଯାହାକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.