Below header

ଉତ୍ତରାଖଣ୍ଡ ହିମସ୍ଖଳନ ଉଦ୍ଧାର କାର୍ଯ୍ଯ ପାଇଁ ନିଜର ମ୍ଯାଚ ପାରିଶ୍ରମିକ ଦାନ କଲେ ଋଷଭ

ଭାରତୀୟ ଟିମର ୱିକେଟ କିପର ତଥା ବ୍ଯାଟସମ୍ଯାନ ଋଷଭ ପନ୍ତ ଦାନ କରିବେ ନିଜର ମ୍ଯାଚ ପାରିଶ୍ରମିକ। ଉତ୍ତରାଖଣ୍ଡ ଚମୋଲୀରେ ହୋଇଥିବା ଗ୍ଲେସିୟର ଫାଟିବା ପାଇଁ ହୋଇଥିବା ଉଦ୍ଧାର କାର୍ଯ୍ଯରେ ସହାୟତା କରିବା ପାଇଁ ଚେନ୍ନାଇରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ଯାଚର ଅର୍ଥକୁ ଦାନ କରିବେ। ପନ୍ତ ଏହି ଗ୍ଲେସିୟର ଫାଟିବା ଯୋଗୁଁ ହୋଇଥିବା କ୍ଷୟକ୍ଷତିକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଉତ୍ତରାଖଣ୍ଡର ହିରୋ ଋଷଭ ଏକଥା ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି।


ସୂଚନାଯୋଗ୍ଯ, ରବିବାର ଦିନ ଧଉଳି ଗଙ୍ଗା, ଋଷି ଗଙ୍ଗା ଏବଂ ଅଳକାନନ୍ଦା ନଦୀରେ ପ୍ରବଳ ବନ୍ଯା ଆସିବା ପରେ ଅତିକମରେ ୧୦ ଜଣଙ୍କ ପ୍ରାଣ ଚାଲିଯାଇଥିଲା। ଅଧିକାଂଶ ଲୋକ ନିଖୋଜ ହୋଇଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.