ସୁନ୍ଦର ପିଚାଇଙ୍କ ବଡ଼ ଘୋଷଣା, କରୋନା ସହ ଲଢ଼ିବା ପାଇଁ ଭାରତକୁ ୧୩୫ କୋଟି ଟଙ୍କା ଦେବ ଗୁଗଲ

କରୋନାର ଦ୍ୱିତୀୟ ଲହରୀ ଯୋଗୁ ସାରା ଦେଶରେ ହାହାକାର ସ୍ଥିତି ଦେଖା ଦେଇଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଆମେରିକାର ଟେକ୍‌ କମ୍ପାନୀ ଗୁଗଲ ଭାରତକୁ କୋଭିଡ୍‌-୧୯ ସହ ଲଢ଼ିବା ପାଇଁ ୧୩୫ କୋଟି ଟଙ୍କାର ଫଣ୍ଡ ଦେବାକୁ ଘୋଷଣା କରିଛି। ଗୁଗଲ କହିଛି ଯେ ଏହି ଫଣ୍ଡ GiveIndia ଓ UNICEF କୁ ଦିଆଯିବ। ସେମାନେ ଭାରତରେ ମେଡିକାଲ ସପ୍ଲାଏ କରିବା ସହ କରୋନା ପୀଡ଼ିତ ପରିବାରକୁ ସହାୟତା ଯୋଗାଇବେ।

ଗୁଗଲର ସିଇଓ ସୁନ୍ଦର ପିଚାଇ ଏ ନେଇ ଏକ ଟ୍ଵିଟ୍‌ ମଧ୍ୟ କରିଛନ୍ତି। ଏହି ଟ୍ଵିଟ୍‌ରେ ପିଚାଇ କହିଛନ୍ତି, ଭାରତରେ କରୋନା ସ୍ଥିତି ଲଗାତାର ଖରାପ ହୋଇ ହୋଇ ଯାଉଛି। ଏଭଳି ସ୍ଥିତିରେ ଗୁଗଲ ଓ ଗୁଗଲର୍ସ(ଅର୍ଥାତ୍‌ ଗୁଗଲରେ କାମ କରୁଥିବା ଲୋକ GiveIndia ଓ UNICEF କୁ ଭାରତରେ କୋଭିଡ୍‌-୧୯ ସହ ଲଢ଼ିବା ପାଇଁ ୧୩୫ କୋଟିର ଫଣ୍ଡ ଦେବୁ।


ଗୁଗଲ କହିଛି, ଏହି ଫଣ୍ଡିଂ ମାଧ୍ୟମରେ ପବ୍ଲିକ୍‌ ହେଲ୍‌ଥ କ୍ୟାମ୍ପେନିଂ ପାଇଁ ବିଜ୍ଞାପନ ମଧ୍ୟ ଦିଆଯିବ। ଫଳରେ ଲୋକମାନେ ସଚେତନ ରହିପାରିବେ। ପ୍ରକାଶ ଯେ ଗତ ବର୍ଷ ମଧ୍ୟ କମ୍ପାନୀ MyGov ଓ WHO କୁ ସଚେତନତା ପାଇଁ ସାହାଯ୍ୟ କରିଥିଲା। ଏଥିରେ ଭ୍ୟାକ୍‌ସିନ୍‌ର ଫ୍ୟାକ୍ଟସ୍‌ ଓ ଘରେ ରହିବା ସଚେତନତା ଆଦି ସାମିଲ ଅଛି।