ଭାରତୀୟ ବଜାରରେ ପ୍ରବେଶ କରିବାକୁ ଯାଉଛି Vivo V21 5G ସ୍ମାର୍ଟଫୋନ, ଜାଣନ୍ତୁ ଏହାର ଦମଦାର ଫିଚର୍ସ

ଖୁବ ଶୀଘ୍ର Vivoର ନୂଆ 5G ସ୍ମାର୍ଟଫୋନ ଲଞ୍ଚ ହେବାକୁ ଯାଉଛି । Vivo V21 5G Vivoର ନୂଆ ସ୍ମାର୍ଟଫୋନ । ଯାହା ଭାରତରେ ଆସନ୍ତା ୨୯ ତାରିଖରେ ଲଞ୍ଚ ହେବାକୁ ଯାଉଛି । ଏହା ପୂର୍ବରୁ କମ୍ପାନୀ ପକ୍ଷରୁ କୌଣସି ତାରିଖ ଘୋଷଣା କରାଯାଇନଥିଲା । ବର୍ତ୍ତମାନ Vivo ତରଫରୁ Vivo V21 5Gର ଲଞ୍ଚିଂ ତାରିଖ ବିଷୟରେ ଘୋଷଣା କରାଯାଇଛି । ଫ୍ଲିପକାର୍ଟରେ ଗ୍ରାହକଙ୍କ ପାଇଁ ଏକ ପେଜକୁ ଲାଇଭ ମଧ୍ୟ କରାଯାଇଛି । ତେବେ ଜାଲନ୍ତୁ ଜାଣିବା ଏହି ଫୋନରେ ଥିବା ଦମଦାର ଫିଚର୍ସ ସଂପର୍କରେ ।

ଏହି ଫୋନ ୨୯ ଅପ୍ରେଲରେ ଦ୍ୱିପହର ୧୨ଟାରେ ଭାରତୀୟ ବଜାରରେ ଲଞ୍ଚ କରାଯିବ। ଏହାର ଫିଚର୍ସ ସଂପର୍କରେ କହିବାକୁ ଗଲେ, ଏହି ଫୋନରେ 44ମେଗାପିକ୍ସଲର ସେଲ୍ଫି କ୍ୟାମେରା ରହିଛି । ଏହି କ୍ୟାମେରାରେ ଅପ୍ଟିକାଲ ଇମେଜ ଷ୍ଟାବଲାଇଜେସନ ରହିଛି ।

tele00
pc: MySmartPrice

ଫୋନର ଦାମ୍ ଉପରେ ଯଦି ଆମେ ନଜର ପକାଇବା ତେବେ ଏଥିପାଇଁ କୌଣସି ସଠିକ ତଥ୍ୟ ସାମ୍ନାକୁ ଆସିନାହିଁ । କିନ୍ତୁ ଶୁଣିବାକୁ ମିଳିଛି ଯେ ଏହି ଫୋନର ଦାମ ୨୨,୯୯୦ ଟଙ୍କା ରହିଛି । କାରଣ ବର୍ତ୍ତମାନ ବଜାରରେ 5G ସ୍ମାର୍ଟଫୋନ ୨୫,୦୦୦ଟଙ୍କାରେ ଉପଲବ୍ଧି ହେଉଛି ।

ଭିଭୋ କମ୍ପାନୀ ଏହା ଆଗରୁ ନିଜର ଅନେକ ସ୍ମାର୍ଟଫୋନରେ ଆଇ ଅଟୋ ଫୋକସ୍ ର ସୁବିଧା ଦେଇଛି । Vivo V21 5G ସ୍ମାର୍ଟଫୋନରେ ସିଙ୍ଗଲ ଲେନ୍ସ କ୍ୟାମେରା ରହିଛି । ଏହାସହ ଟ୍ରିପଲ ରିୟର କ୍ୟାମେରା ସେଟଅପ ରହିଛି ଯେଉଁଥିରେ 64ମେଗାପିକ୍ସଲର ପ୍ରାଇମେରୀ ଲେନ୍ସ ଦିଆଯାଇଛି ।  ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସପୋର୍ଟ ସିଷ୍ଟମ ମଧ୍ୟ ରହିଛି । ଏହି ଫୋନରେ 8Gb ର‌୍ୟାମ ରହିବା ସହ 128GB ପର୍ଯ୍ୟନ୍ତ ଷ୍ଟୋରେଜ ସିଷ୍ଟମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.