Below header

ଲଗାଣ ବର୍ଷାରେ ପୁଣି ବଢିବାରେ ଲାଗିଛି ହୀରାକୁଦ ଜଳସ୍ତର, ଖୋଲିଲା ୧୦ଟି ଗେଟ୍‌

ସମ୍ବଲପୁର(କେନ୍ୟୁଜ୍): ଲଗାଣ ବର୍ଷାରେ ପୁଣି ବଢିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାର ଜଳପତ୍ତନ । ଏହାକୁ ଦୃଷ୍ଟିରେ ରଖି ୧୦ଟି ଗେଟ୍‌ ଖୋଲାଯାଇଛି। ପ୍ରଥମେ ୬ଟି ଓ ପରେ ୪ଟି ଗେଟ୍‌ ଖୋଲାଯାଇଛି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାର ଜଳସ୍ତର ରହିଛି ୬୨୩. ୬୫ ଫୁଟ। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ଭିତରକୁ ପ୍ରବେଶ କରୁଛି ୧ଲକ୍ଷ ୮୮ହଜାର ୬୭୨ କ୍ୟୁସେକ୍‌ ଜଳ । ନିଷ୍କାସିତ ହେଉଛି ୧ଲକ୍ଷ ୧୬ହଜାର ୮୭୧ କ୍ୟୁସେକ୍‌ ଜଳ । ହୀରାକୁଦ ଜଳଭଣ୍ଡାରର ଜଳଧାରଣା କ୍ଷମତା ରହିଛି ୬୩୦ ଘନଫୁଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.