Xiaomi Mi A3 କିଣିବାର ଆଜି ରହିଛି ସୁଯୋଗ, ୧୨ଟାରେ ସେଲ୍ ଆରମ୍ଭ

ସାଓମିର ନୂଆ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ Mi A3କୁ ଆଜି ଅର୍ଥାତ୍ ୨୭ ଅଗଷ୍ଟରେ ପୁଣି ଥରେ କିଣିବାର ସୁଯୋଗ ମିଳିବ। ସାଓମିର ଏମଆଇ ଏ୩ର ବିକ୍ରି ଆଜି ଦ୍ବିପହର ୧୨ଟାରେ ସାଓମି ଇଣ୍ଡିଆ ୱେବସାଇଟ୍ Mi.com, ଆମାଜନଏବଂ ଏମଆଇ ହୋମ୍ ଷ୍ଟୋରରେ କରାଯିବ। ଏହାର ଖାସିୟତ ହେଉଛି ଏଥିରେ ସୁପର ଆମୋଲେଡ୍ ଡିସପ୍ଲେ ଏବଂ ଟ୍ରିପଲ ରିୟର କ୍ୟାମେରା ସେଟଅପ୍ ଦିଆଯାଇଛି। ଏଥିରେ ଇନ୍ ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନସର୍ ମଧ୍ୟ ରହିଛି।

Xiaomi Mi A3ର ଦାମ ଏବଂ ଲଞ୍ଚିଂ ଅଫର୍ସ

ଭାରତରେ Mi A3ର ପ୍ରାରମ୍ଭିକ ଦାମ ୧୨,୯୯୯ ଟଙ୍କା ରହିଛି। ଏହି ଦାମରେ ଆପଣଙ୍କୁ ୪ଜିବି ରାମ ସହିତ ୬୪ଜିବି ଷ୍ଟୋରେଜ୍ ମିଳିବ। ଏହାଛଡା ଏ୩ର ୬ଜିବି ରାମ ଏବଂ ୧୨୮ଜିବି ଷ୍ଟୋରେଜ୍ ଭେରିୟଣ୍ଟର ଦାମ ୧୫,୯୯୯ ଟଙ୍କା ରହିଛି। ଏହି ଫୋନ   Not Just Blue, More Than White ଏବଂ Kind of Gray ୩ଟି କଲରରେ ମିଳିବ।

mi a3ଅଫର୍ସ ବିଷୟରେ କହିବାକୁ ଗଲେ ଯଦି ଆପଣ ଏଚଡିଏଫସି ବ୍ୟାଙ୍କର କ୍ରେଡିଟ୍ କାର୍ଡ କିମ୍ବା ଡେବିଟ୍ କାର୍ଡ ଦ୍ବାରା ଫୋନ କିଣିଲେ ଆପଣଙ୍କୁ ୭୫୦ ଟଙ୍କା ଫେରସ୍ତ ମିଳିବ। ସେହିଭଳି ଏୟାରଟେଲ ଗ୍ରାହକଙ୍କୁ ଡବଲ୍ ଡାଟା ଏବଂ ଅନଲିମିଟେଡ୍ କଲିଂ ମିଳିବ।

ଏହାସହ ପଢ଼ନ୍ତୁ : କମ୍ ଦାମରେ ଭଲ ଫୋନ କିଣିବାକୁ ଚାହୁଁଛନ୍ତି କି ? ତେବେ ଶସ୍ତା ହେଲା Samsungର ଏହି ଦୁଇ ସ୍ମାର୍ଟଫୋନ

Mi A3ର ସ୍ପେସିଫିକେସନ୍

ଫୋନରେ ଡୁଆଲ ସିମ୍ ସପୋର୍ଟ ସହିତ ଆଣ୍ଡ୍ରଏଡ୍ ପାଇ ୯.୦ ମିଳିବ। ଏଥିରେ ୬.୦୮ ଇଞ୍ଚର ଏଚଡି ପ୍ଲସ୍ ଡିସପ୍ଲେ ଆମୋଲେଡ୍ ମଧ୍ୟ ମିଳିବ। ଡିସପ୍ଲେରେ ୱାଟରପ୍ରୁଫ୍ ନଞ୍ଜ ମିଳିବ ଏବଂ ଗରିଲା ଗ୍ଲାସ୍ ୫ର ପ୍ରୋଟେକସନ ମଧ୍ୟ ମିଳିବ। ଏହାଛଡା ଏମଆଇ ଏ୩ରେ ଇନ-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନସର ଏବଂ ୪ଜିବି/୬ଜିବି ରାମ ଏବଂ ୬୪ଜିବି/୧୨୮ଜିବି ଷ୍ଟୋରେଜ୍ ଭେରିୟଣ୍ଟ ମିଳିବ। ଏହି ଫୋନରେ କ୍ବାଲକମ୍ ସ୍ନାପଡ୍ରାଗନ ୬୬୫ ପ୍ରୋସେସର ରହିଛି।

smartphoneକ୍ୟାମେରା ଏବଂ ବ୍ୟାଟେରୀ

ଫୋନରେ ୩ଟି ରିୟର କ୍ୟାମେରା ରହିଛି ଯେଉଁଥିରେ ଗୋଟିଏ କ୍ୟାମେରା ୪୮ ମେଗାପିକ୍ସେଲର, ଦ୍ବିତୀୟଟି ୮ ମେଗାପିକ୍ସେଲର ଏବଂ ତ୍ରୁତୀୟଟି ୨ ମେଗାପିକ୍ସେଲର ରହିଛି। ସେହିଭଳି ଫ୍ରଣ୍ଟ କ୍ୟାମେରା ୩୨ ମେଗାପିକ୍ସେଲ ରହିଛି। ଫ୍ରଣ୍ଟ କ୍ୟାମେରା ସହିତ ପାନୋରମା ସେଲଫି ଫିଚର ମିଳିବ। କନେକଟିଭିଟୀ ପାଇଁ ଏଥିରେ ୪ଜି ଭୋଲ୍ଟ, ୱାଇ-ଫାଇ, ବ୍ଲୁଟୁଥ୍ v5.0, ଜିପିଏସ, ୟୁଏସବି ଟାଇପ ସି ଚାର୍ଜିଂ ପୋର୍ଟ ଏବଂ ୪୦୩୦ ମାହ ବ୍ୟାଟେରୀ ମିଳିବ। ଫୋନ ସହିତ ୧୮ ୱାଟ ବିଶିଷ୍ଟ ଫାଷ୍ଟ ଚାର୍ଜର ମଧ୍ୟ ମିଳୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.