ମୁଖ୍ୟସ୍ରୋତରେ ସାମିଲ ହେଲେ କରାଯିବ ଥଇଥାନ, ନକ୍ସଲବାଦ ପ୍ରତି ନିବୃତ୍ତ ରୁହନ୍ତୁ ଯୁବକ ଯୁବତୀ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର(କେନ୍ୟୁଜ୍): ମୁଖ୍ୟସ୍ରୋତରେ ସାମିଲ ହେଲେ କରାଯିବ ଥଇଥାନ । ନକ୍ସଲଙ୍କୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ମୁଖ୍ୟମନ୍ତ୍ରୀ କହିଛନ୍ତି କି, ନକ୍ସଲବାଦ ପ୍ରତି ନିବୃତ୍ତ ରୁହନ୍ତୁ ଯୁବକ ଯୁବତୀ । ଗତକାଲି ଦିଲ୍ଲୀରେ ମାଓ ମୁକାବିଲା ବୈଠକରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ । ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସିଥିବା ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ନକ୍ସଲ ପ୍ରଭାବିତ ବ୍ଲକରେ ବ୍ୟାଙ୍କ ସେବା ଓ ପ୍ରଭାବିତ ଅଞ୍ଚଳରେ ଟେଲି ଯୋଗାଯୋଗ ବ୍ୟବସ୍ଥା କରିବା ପାଇଁ ଦାବି କରିଥିଲେ । ବୈଠକରେ ଦେଇଥିବା ପ୍ରସ୍ତାବ କେନ୍ଦ୍ର କାର‌୍ୟ୍ୟକାରୀ କରିବା ଆଶା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହା ସହ ନବୀନ କହିଛନ୍ତି, ମୋ ସରକାରର ପଞ୍ଚମ ପାଳିର ୧୦୦ଦିନ ହେବାକୁ ଯାଉଛି । ଏହି ସମୟ ମଧ୍ୟରେ ସରକାର ଭଲ କାମ କରିଛି । ସରକାର ଲୋକାଭିମୁଖୀ କାର୍ଯ୍ୟ କରୁଛି । ଓଡ଼ିଶା ପାଇଁ ଆହୁରି ବହୁତ କିଛି କରିବାର ଅଛି । ରାଜ୍ୟବାସୀଙ୍କ ସେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.