UPSC ଅଧୀନରେ ନିଯୁକ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

ନିଯୁକ୍ତି ସୁଯୋଗ। ପୁଣି ୟୁପିଏସ୍‌ସି(UPSC ) ଅଧିନରେ ବିଭିନ୍ନ ପଦ ପଦବୀ ଖାଲି ରହିଛି। ଏହା ଅଧୀନରେ ମେଡିକାଲ ଅଫିସର, ଆସିଷ୍ଟାଣ୍ଟ ଡାଇରେକ୍ଟର, ଲାଇଭ ଷ୍ଟକ ଅଫିସର ଏବଂ ଅନ୍ୟ ପଦ ପଦବୀରେ ନିଯୁକ୍ତି କରାଯିବ। ଇଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ upsc.gov.in କୁ ଯାଇ ଭଲ ଭାବେ ନୋଟିଫିକେସନକୁ ପଢିବା ପରେ ଆବେଦନ କରିବା ପାଇଁ ଅନୁରୋଧ।

ଏହାର ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ୧୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଅନଲାଇନ ଆବେଦନ ଚାଲିବ। ଆବେଦନ କରିବାକୁ ଇଛୁକ ଥିବା ପ୍ରାର୍ଥୀ ପ୍ରଥମେ ଏସବିଆଇର କୌଣସି ଶାଖାରେ ନଗଦ କିମ୍ବା ଏସବିଆଇ ନେଟ ବ୍ୟାଙ୍କି ସୁବିଧା କରିବା ଆବଶ୍ୟକ। ଏପରି କଲେ ଆପଣଙ୍କୁ ଆବେଦନ କରିବା ପାଇଁ ମାତ୍ର ୨୫ ଟଙ୍କା ଶୁଳ୍କ ଦେବାକୁ ପଡିବ।

ପଦବୀ :

ମେଡିକାଲ ଅଫିସର :୧

ଆସିଷ୍ଟାଣ୍ଟ ଡାଇରେକ୍ଟର :୧

ଲାଇଭ ଷ୍ଟକ ଅଫିସର : ୪

ଆସିଷ୍ଟାଣ୍ଟ ଲିଗାଲ ଆଡଭାଇଜର : ୫

ଡେପୁଟି ଫାୟାର ଆଡଭାଇଜର : ୧

ଶିକ୍ଷାଗତ ଯୋଗ୍ୟତା :

ମେଡିକାଲ ଅଫିସରଙ୍କ ପାଇଁ କୌଣସି ବିଶ୍ୱବିଦ୍ୟାଳୟ କିମ୍ବା ଭାରତୀୟ ଚିକିତ୍ସା କେନ୍ଦ୍ରୀୟ ପରିଷଦରୁ ଡିଗ୍ରୀ ହାସିଲ କରିଥିବା ଆବଶ୍ୟକ। ସେହିପରି ଆସିଷ୍ଟାଣ୍ଟ ଡାଇରେକ୍ଟର ପାଇଁ କୌଣସି ମାନ୍ୟତା ପ୍ରାପ୍ତ କିମ୍ବା ପଶୁ ଚିକିତ୍ସା ସଂସ୍ଥାରୁ ପଶୁ ଚିକିତ୍ସା ବିଜ୍ଞାନ ଏବଂ ପଶୁପାଳନରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। ଅନ୍ୟ ବିବରଣୀ ପାଇଁ ଅଫିସିଆଲ ୱେବସାଇଟକୁ ଯାଇ ଆପଣମାନେ ଯାଞ୍ଚ କରିପାରିବେ।