ଦିପକ୍ କଲାଲଙ୍କୁ ଏମିତି ମାଡ ମାରିଲେ ରାକ୍ଷୀଙ୍କ ନଣନ୍ଦ, ଦେଖନ୍ତୁ ଭିଡିଓ

ରାକ୍ଷୀ ସାୱନ୍ତ ଏମିତି କିଛି ନା କିଛି କାଣ୍ଡ କରିଥାନ୍ତି ଯେଉଁଥି ପାଇଁ ସେ ଆଲୋଚନାର ପରିସରକୁ ଟାଣି ହୋଇଆସିଥାନ୍ତି । କିନ୍ତୁ ଏଥର ରାକ୍ଷୀ ସାୱନ୍ତ ନୁହେଁ ବରଂ ତାଙ୍କ ବନ୍ଧୁ ଦିପକ କଲାଲ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି । ଯାହାକୁ କେବେ ରାକ୍ଷୀ ବିବାହ କରିବାକୁ କହୁଥିଲେ । ଦିପକ୍ କଲାଲ, ଯେବେଠାରୁ ରାକ୍ଷୀ ସାୱନ୍ତଙ୍କ ବିବାହ କଥା ଶୁଣିଲେଣି ସେବେଠାରୁ ସେ ରାଗିକି ରହିଥିବାର କୁହାଯାଉଛି । ଦିପକ୍ ଲଗାତାର ରାକ୍ଷୀଙ୍କ ଉପରେ କିଛି ନା କିଛି ଟିପ୍ପଣୀ ଦେଉଛନ୍ତି । କିନ୍ତୁ ରାକ୍ଷୀ ମଧ୍ୟ ଦିପକଙ୍କୁ ବରାବର ଜବାବ ଦେବାରେ କୌଣସି ହେଳା କରୁନାହାନ୍ତି ।
ଦିପକ୍ କଲାଲ ରାକ୍ଷୀଙ୍କ ସ୍ବାମୀଙ୍କ ପାଇଁ ଏକ ଭିଡିଓ ସେୟାର କରି ତାଙ୍କ ପାଇଁ ଅପଶବ୍ଦ ବ୍ୟବହାର କରିଥିଲେ । କିନ୍ତୁ ଏହି ମାମଲା ଏଠାରେ ଥମିନଥିଲା । ଏବେ ରାକ୍ଷୀ ସାୱନ୍ତଙ୍କ ନଣନ୍ଦ ସାମ୍ନାକୁ ଆସିଛନ୍ତି । ରାକ୍ଷୀଙ୍କ ସ୍ବାମୀ ରିତେଶଙ୍କ ଭଉଣୀ, ଦିପକ୍ କଲାଲ୍ ତାଙ୍କ ଭାଇଙ୍କ ପ୍ରତି କରିଥିବା ଏପରି କଦର୍ଯ୍ୟ ବ୍ୟବହାର ପାଇଁ ଏତେ ରାଗିଯାଇଥିଲେ ଯେ ସିଧା ଯାଇ ଦିପକଙ୍କୁ ଉତ୍ତମ ମଧ୍ୟମ ଦେଇଛନ୍ତି ।
ଏହାସହ ପଢନ୍ତୁ:
ମୁମ୍ବାଇର ବାର୍ ଡ୍ୟାନ୍ସର ବଦଳାଇ ଦେଲେ ମଧୁର ଭଣ୍ଡାରକରଙ୍କ ଜୀବନ, ଆଜି ତାଙ୍କ ଜନ୍ମଦିନରେ ଜାଣନ୍ତୁ କିଛି ଅଜଣା କଥା
ଦିପକଙ୍କ ପାଖରେ ପହଁଚି ତାଙ୍କୁ ମାଡ ମାରିଛନ୍ତି ରାକ୍ଷୀଙ୍କ ନଣନ୍ଦ। ଏହି ଖବର ନିଜେ ରାକ୍ଷୀ ସାୱନ୍ତ ଇଷ୍ଟାଗ୍ରାମରେ ସେୟାର କରିଛନ୍ତି । ସେ ଲେଖିଛନ୍ତି, ମୋ ସ୍ବାମୀଙ୍କ ଭଉଣୀ ଦିପକ୍ ର ଧୁଲାଇ କରିଛନ୍ତି ।
ରିତେଶଙ୍କ ଭଉଣୀ ଦିପକ୍ କଲାଲଙ୍କ କେଶକୁ ଟାଣି ଚାପୁଡା ମାରିଛନ୍ତି । ମାଡ ଖାଇବା ପରେ ଦିପକ୍ କଲାଲ କ୍ଷମା ମଧ୍ୟ ମାଗିଛନ୍ତି । ଯାହାର ଭିଡିଓ ଆପଣ ଦେଖିପାରିବେ । ଦିପକ୍ ମଧ୍ୟ ଇଷ୍ଟାରେ ମାଡର ଭିଡିଓ ସେୟାର କରି ଲେଖିଛନ୍ତି, କ୍ଷମାକର ।
ଦେଖନ୍ତୁ ଭିଡିଓ:
View this post on Instagram
Sorry @rakhisawant2511 ……@rizal.manisha @anjalibhardwaj6264 @abhi_singh7007