ପାଟିକରି ପଢି ଯୁବକ କଲେ ରେକର୍ଡ, ଲଗାତାର ୨୭ ଘଣ୍ଟାର ପରିଶ୍ରମ ଦେଲା ଗିନିଜ ବୁକ୍‌ରେ ସ୍ଥାନ

ମଣିଷ ନିଜର ଅଦମ୍ୟ ଚେଷ୍ଟା ବଳରେ କିଛି ବି କରିପାରେ। ଅସମ୍ଭବକୁ ସମ୍ଭବ କରିବାରେ ସକ୍ଷମ ହୋଇପାରେ। ଏପରି କିଛି ଇଚ୍ଛାକୁ ସଫଳ କରି ଦେଖାଇଛନ୍ତି ଉତ୍ତରପ୍ରଦେଶ କାନପୁରର ଜଣେ ଯୁବକ। ଏହି ଯୁବକ ଜଣକ କିଛି ଅଦ୍ଭୁତ ରେକର୍ଡ ନିଜ ନାମରେ କରିଛନ୍ତି। କାନପୁର ସହରର କାକାଦେବ କୋଚିଂ ସଂସ୍ଥାରେ ୨୩ ବର୍ଷୀୟ ଆଲାଉଦ୍ଦିନ ଲଗାତାର ୨୭ ଘଣ୍ଟା ପର୍ଯ୍ୟନ୍ତ ପଢି ରେକର୍ଡ ସୃଷ୍ଟି କରିଛନ୍ତି। ଆପଣ ଭାବୁଥିବେ କି, ଏମିତିରେ ଅନେକ ପିଲା ମଧ୍ୟ ୨୭ ଘଣ୍ଟା ପର୍ଯ୍ୟନ୍ତ ପାଠ ପଢିପାରୁଛି। କିନ୍ତୁ ଏହି ଯୁବକ କ’ଣ ନୂଆ କରି ଦେଖାଇଲେ। କିନ୍ତୁ ଏହା ସତ୍ୟ ଯେ କେବଳ ପଢିବା ଏବଂ କଥା କହି ପଢିବାରେ ବହୁତ ପାର୍ଥକ୍ୟ ରହିଛି। କଥାକହି ପଢିବା କେତେ ଯେ କଷ୍ଟ ତାହା ଆମକୁ ଜଣା। ଘଣ୍ଟାଏ ପାଟି କରି ପାଠ ପଢିବା କେତେ ଯେ କଷ୍ଟ। କିନ୍ତୁ ଦୀର୍ଘ ୨୭ ଘଣ୍ଟା ଧରି ପାଟି କରି ପଢି ଏହି ଯୁବକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏହି ରେକର୍ଡ ପାଇଁ ଆଲାଉଦ୍ଦିନଙ୍କ ନାମ ଗିନଜ୍‌ ବୁକ୍‌ ଅଫ୍‌ ଓ୍ଵାଲର୍ଡ ରେକର୍ଡରେ ସ୍ଥାନ ପାଇଛି। ଏହା ପୂର୍ବରୁ ଆଲାଉଦ୍ଦିନ ୨୬ ଘଣ୍ଟା କଥାକହି ପଢିବାର ରେକର୍ଡ ଗିନିଜ ବୁକରେ ସାମିଲ ହୋଇଥିଲା।

ସୂଚନା ମୁତାବକ, କାନପୁର ସହରରେ ରହୁଥିବା ଆଲାଉଦ୍ଦିନ ସିଏସ୍‌ଜିଏମ୍‌ ବିଶ୍ୱବିଦ୍ୟାଳୟରେ ଗ୍ରାଜୁଏସନ କରୁଛନ୍ତି। ଅନେକ ଦିନର ପ୍ରସ୍ତୁତି ପରେ ଆଲାଉଦ୍ଦିନ ସେହି କୋଚିଂ ସେଣ୍ଟର ଲାଇବ୍ରେରୀ ଏକ ବଡ ବହି ଦେଖି ଏହାକୁ କଥାକହି ପଢିବାକୁ ଆରମ୍ଭ କରିଥିଲେ। ରବିବାରରୁ ସକାଳ ୧୦ରୁ ଆଲାଉଦ୍ଦିନ ପାଟିକରି ବହି ପଢିବା ଆରମ୍ଭ କରି ସୋମବାର ୧ଟା ପର୍ଯ୍ୟନ୍ତ ପଢିବା ଜାରି ରଖିଥିଲେ। ଏହା ସହିତ ଆଲାଉଦ୍ଦିନ ଗୋଲଡେନ ବୁକ୍‌ ଅଫ ଓ୍ଵାଲର୍ଡ ରେକର୍ଡର ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି।

ଏହାସହ ପଢ଼ନ୍ତୁ ;  ସ୍ୱାମୀଙ୍କ ମୃତ୍ୟୁ ପରେ ଷ୍ଟେସନର ଭିକାରୀ ପାଲଟିଥିଲେ ଇଣ୍ଟରନେଟ ସେନ୍ସେସନ ରାନୁ ମଣ୍ଡଳ