Below header

ଆଜି ଅର୍ପିତାଙ୍କ ହାତ ଧରିବାକୁ ନାହାଁନ୍ତି ଜ୍ୟୋତିରଞ୍ଜନ, ଲୁହ ପୋଛିବାକୁ ନାହାଁନ୍ତି ତାଙ୍କ ହୃଦୟ ରାଜା

ହାତ ଧରି ଧରି ଚାଲୁଥିଲେ ଜ୍ୟୋତିରଞ୍ଜନ । ଅର୍ପିତା ବି କହୁଥିଲେ ତୋତେ ପାରିବି ମୁଁ କେମିତି ଛାଡି ତୁ ପରା ମୋ ଯୋଡି ।

ଭୁବନେଶ୍ୱର (କେନ୍ୟୁଜ) : ହାତ ଧରି ଧରି ଚାଲୁଥିଲେ ଜ୍ୟୋତିରଞ୍ଜନ । ଅର୍ପିତା ବି କହୁଥିଲେ ତୋତେ ପାରିବି ମୁଁ କେମିତି ଛାଡି ତୁ ପରା ମୋ ଯୋଡି । ଜୀବନର ପ୍ରତିଟି ପାଦ ଅର୍ପିତା ଓ ଜ୍ୟୋତି ରଞ୍ଜନ ସାଥିରେ ପକାଉଥିଲେ । ଜୀବନର ଭରପୂର ମଜା ନେଉଥିଲେ ଅର୍ପିତା ଜ୍ୟୋତିରଞ୍ଜନ । ଏକାଠି ଖାଉଥିଲେ, ଏକାଠି ବୁଲୁଥିଲେ, ଏକା ଭଳି ଡ୍ରେସ୍‌ ପିନ୍ଧୁଥିଲେ । ଦୁହେଁ ଦୁହିଁଙ୍କ ଛାଇ ଭଳି ଲାଗିକି ରହିଥିଲେ ଉଭୟେ ।

କିନ୍ତୁ ଏମାନଙ୍କ ଖୁସିର ଜୀବନ ଭିତରକୁ ହଠାତ୍‌ ପଶିଆସିଲା ଦୁଃଖର କଳା ପାହାଡ । ଯେଉଁ ପାହାଡ ସବୁକିଛି ଅଜାଡି ଦେଇ ଚାଲିଗଲା । ଆଜି ଅର୍ପିତାଙ୍କ ହାତ ଧରିବାକୁ ନାହାଁନ୍ତି ଜ୍ୟୋତିରଞ୍ଜନ । ମେଡିକାଲ ଦୁଆରେ ବସି ଖାଲି କାନ୍ଦୁଛନ୍ତି ଅର୍ପିତା । କିନ୍ତୁ ତାଙ୍କ ଲୁହ ପୋଛିବାକୁ ନାହାଁନ୍ତି ତାଙ୍କ ହୃଦୟ ରାଜା ଜ୍ୟୋତି ରଞ୍ଜନ । ବସି ବସି ଖାଲି ଭାବୁଛନ୍ତି ଏ କଣ ସବୁ ହେଇଗଲା । ମୋ ଖୁସି ଉପରେ କାହାର ନଜର ଲାଗିଗଲା । ଆମେ ସ୍ୱାମୀ ସ୍ତ୍ରୀ ନଥିଲୁ ଥିଲୁ ଉଭୟଙ୍କ ସାଙ୍ଗ । ଜୀବନର ଏତେ ବଡ ଯାତ୍ରାରେ ଜୀବନ ସାଥିର ପ୍ରକୃତ ଅର୍ଥକୁ ବୁଝି ଆମେ ଚାଲୁଥିଲୁ ପରଷ୍ପରର ହାତ ଧରି ।

କିନ୍ତୁ ଆଜି ତମେ କୋଉଠି ଆଉ ମୁଁ କେଉଁଠି । ମଲା ପରେ ବି ଆମେ ଦୁଇ ଜଣ ଦେଖିାପାରିଲେନି କାହାକୁ । କି ମୁଁ ତୁମକୁ ଚିହ୍ନିପାରିଲିନି ଧନ । କେମିତି ମୋତେ ଏତେ ବଡ ଦୁନିଆରେ ଏକା କରି ଛାଡି ଚାଲିଗଲ । ତମ ବିନା ଧନ ମୁଁ କେମିତି ବଞ୍ଚିବି କୁହ । ତୁମ ସାଥିରେ ହିଁ ମୁଁ ଦୁନିଆ ଦେଖିବି ବୋଲି ଭାବିଥିଲି । ଏଇ କେଇ ଦିନ ହେବ ତ ଆମ ବାହାଘର ହୋଇଥିଲା । ଜୀବନ ସାରା ମୋ ସାଥିରେ ଚାଲିବ ବୋଲି କଥା ଦେଇଥିଲ ତମେ । କିନ୍ତୁ ଆଜି ତମେ କେମିତି ମୋତେ ଏକା କରି ଚାଲିଗଲ । ପୁଣି ଗଲ ଯେ କେମିତି, ନା ମୁଁ ତୁମକୁ ଶେଷ ଥର ପାଇଁ ଦେଖିପାରିଲି ନା ଟିକେ ମୋ ଧନକୁ ଛୁଇଁ ପାରିଲି ।

ଭଗବାନଙ୍କୁ ଡାକୁ ଥିଲି ମୋ ସିନ୍ଦୁରକୁ ମୋ ପାଖକୁ ଫେରାଇ ଆଣିବ । ମୋ ମଥାରେ ଏ ସିନ୍ଦୁରକୁ ସବୁଦିନ ପାଇଁ ରଖିବ ପ୍ରଭୁ । କିନ୍ତୁ ଆଜି ଏ କଣ ସବୁ ହେଇଗଲା । ତୁମେ ମୋତେ ଛାଡି ଆଜି କେଉଁଠି ଧନ । ନା ମୁଁ ତୁମ ମର ଶରୀରକୁ ଦେଖିପାରିଲି ନା ଶେଷ ଥର ପାଇଁ ତୁମ ମୁହଁକୁ ଚିହ୍ନିପାରିଲି । ଏସବୁ କଣ ହେଇଗଲା କାହିଁକି ଏତେ ବଡ ଶାସ୍ତି । ହସ୍ପିଟାଲ ଦୁଆରେ ମୁଣ୍ଡ ବାଡେଇ ବାଡେଇ କାନ୍ଦି କାନ୍ଦି ଚେତାଶୂନ୍ୟ ହୋଇପଡିଛନ୍ତି ଅର୍ପିତା । କାହିଁକିନା ଆଜି ତାଙ୍କ ଯୋଡି ଜ୍ୟୋତି ରଞ୍ଜନ ନାହାଁନ୍ତି । ସାଥି ହୋଇ ରିଲ୍ସ କରୁଥିଲେ, ଭିଡିଓ ବନାଇ ସୋସିଆଲ ମିଡିଆରେ ଥିଲେ ଭାରି ଆକ୍ଟିଭ । କିନ୍ତୁ ଆଜି ସବୁ ରହିଗଲା ଅଧାରେ ଅଧାରେ ଆଉ ଅଧାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.