ଜାନୁଆରୀ ୭ରେ “କାଦମ୍ବିନୀ ସାହିତ୍ୟ ମହୋତ୍ସବ” ଓ “ କାଦମ୍ବିନୀ ପତ୍ରିକା ହାଟ”

ଜାନୁଆରୀ ୭ ରେ କାଦମ୍ବିନୀ ସାହିତ୍ୟ ଏକାଡ଼େମୀ ପକ୍ଷରୁ ବାର୍ଷିକ ସାହିତ୍ୟ ମହାକୁମ୍ଭ “ କାଦମ୍ବିନୀ ସାହିତ୍ୟ ମହୋତ୍ସବ” ଓ “ କାଦମ୍ବିନୀ ପତ୍ରିକା ହାଟ” ଅନୁଷ୍ଠିତ ହେବ। ଭୁବନେଶ୍ବରସ୍ଥ କିଟ୍ ବିଶ୍ବବିଦ୍ୟାଳୟ କନଭେନସନ ସେଣ୍ଟରରେ ଅନୁଷ୍ଠିତ ହେବ କାର୍ଯ୍ୟକ୍ରମ।

ଜାନୁଆରୀ ୭ ରେ କାଦମ୍ବିନୀ ସାହିତ୍ୟ ଏକାଡ଼େମୀ ପକ୍ଷରୁ ବାର୍ଷିକ ସାହିତ୍ୟ ମହାକୁମ୍ଭ “ କାଦମ୍ବିନୀ ସାହିତ୍ୟ ମହୋତ୍ସବ” ଓ “ କାଦମ୍ବିନୀ ପତ୍ରିକା ହାଟ” ଅନୁଷ୍ଠିତ ହେବ। ଭୁବନେଶ୍ବରସ୍ଥ କିଟ୍ ବିଶ୍ବବିଦ୍ୟାଳୟ କନଭେନସନ ସେଣ୍ଟରରେ ଅନୁଷ୍ଠିତ ହେବ କାର୍ଯ୍ୟକ୍ରମ। ଏହି ଅବସରରେ କାଦମ୍ବିନୀ ସାହିତ୍ୟ ଏକାଡ଼େମୀ ତରଫରୁ ବିଶିଷ୍ଟ ଲେଖିକା ତଥା ବ୍ୟାସ ସମ୍ମାନ, ରାମ ମନୋହର ଲୋହିଆ ସମ୍ମାନ ଆଦି ପ୍ରାପ୍ତ ସୁଖ୍ୟାତ ଲେଖିକା ଶ୍ରୀମତୀ ମୃଦୁଳା ଗର୍ଗଙ୍କୁ ଚଳିତ ବର୍ଷର ସମ୍ମାନଜନକ ଜାତୀୟସ୍ତରୀୟ “ ନୀଳିମାରାଣୀ ସାହିତ୍ୟ ସମ୍ମାନ- ୨ ୦ ୨୪ ” ପ୍ରଦାନ କରାଯିବ। ସେହିଭଳି ବିଶିଷ୍ଟ କଥାକାର, ପ୍ରାବନ୍ଧିକ ଓ ସ୍ତମ୍ଭକାର ତଥା ବରିଷ୍ଠ ପ୍ରଶାସକ ଶ୍ରୀଯୁକ୍ତ ବିଜୟ ନାୟକଙ୍କୁ ଚଳିତବର୍ଷର ସମ୍ମାନଜନକ ‘‘କାଦନ୍ବିନୀ ସାହିତ୍ୟ ସମ୍ମାନ- ୨୦୨୪”, ‘ସୁଲେଖା’ର ସମ୍ପାଦକ ଶ୍ରୀଯୁକ ସଦାଶିବ ମିଶ୍ର ଏବଂ ‘ଗୋଧୁଳି’ର ସମ୍ପାଦିକା ଶ୍ରୀମତୀ ବିମଳା ସିଂହଙ୍କୁ “କାଦମ୍ବିନୀ ସମ୍ପାଦକ ସମ୍ମାନ- ୨ ୦ ୨ ୪” ପ୍ରଦାନ କରାଯିବ।

ଏହା ସହ ବରିଷ୍ଠ ସାହିତ୍ୟିକ ବୈଷ୍ଣବ ଚରଣ ସାମଲ, ରାଧାବିନୋଦ ନାୟକ, ତୁଳସୀ ଓଝା, ସୁକାମିନୀ ନନ୍ଦ ଓ ନାରାୟଣ ସାହୁଙ୍କୁ “ କାଦମ୍ବିନୀ ସାହିତ୍ୟ ସମ୍ବର୍ଦ୍ଧନା -୨୦ ୨୪ ରେ ସମ୍ବର୍ଦ୍ଧିତ କରାଯିବ। ପ୍ରଖ୍ୟାତ କଥାକାର ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ହେବାକୁ ଥୁବା “କାଦମ୍ବିନୀ ସାହିତ୍ୟ ମହୋତ୍ସବ’’ର ଉଦଘାଟନୀ ଅଧିବେଶନରେ ଅତିଥି ଭାବରେ ଯୋଗଦେବେ ବିଶିଷ୍ଟ ଭାରତୀୟ ଲେଖିକା ଅନୀତା ଅଗ୍ନିହୋତ୍ରୀ, ବିଶିଷ୍ଟ ଭାରତୀୟ କବି ଓ ସମ୍ପାଦକ ସୁବୋଧ ସରକାର, ବିଶିଷ୍ଟ ହିନ୍ଦୀ ଚଳଚ୍ଚିତ୍ର ପ୍ରଯୋଜକ ଓ ନିର୍ଦ୍ଦେଶକ ସନ୍ଦୀପ ସିଂହ ଏବଂ ଲୋକପ୍ରିୟ ଅଭିନେତା ଅଭୟ ବର୍ମା। ଏହି ଅବସରରେ ଅନୁଷ୍ପିତ ହେବାକୁ ଥୁବା ଯୁବ ସାହିତ୍ୟ ସମ୍ମିଳନୀରେ ଅତିଥ ଭାବେ ଯୋଗଦେବେ ଅଜୟ ସ୍ଵାଇଁ, ମିହିର କୁମାର ସାହୁ, ଚିରଶ୍ରୀ ଇନ୍ଦ୍ରସିଂ ଓ ପଞ୍ଚାନନ ନାୟକ ।

ସଭା ସଂଚାଳନ କରିବେ ବିଭାବତୀ ଦାଶ ଓ କୈଳାସ ବେହେରା। ଆଲୋଚକ ଭାବରେ ଯୋଗଦେବେ ଯୁବଗାଳ୍ପିକ ଡିଲେଶ୍ଵର ରଣା, ସୌମ୍ୟା ମହାପାତ୍ର ଓ ସଂଜୟ ପଣ୍ଡା ଏବଂ ଯୁବକବି ଆଶିଷ କୁମାର ମିଶ୍ର, ସ୍ଵାଗତିକା ନାୟକ ଓ ଶୁଭଦ୍ରା ପ୍ରିୟଦର୍ଶିନୀ ନାୟକ । ଏହି ଅବସରରେ ପ୍ରଜ୍ଞା ପାରମିତା ରଥ, ମିୟୋଗରଞ୍ଜନ ପାତ୍ର, ବେଦପ୍ରକାଶ ନାୟକ, ନିଖିଳେଶ ମିଶ୍ର, ଅବକାଶ ପ୍ରଧାନ, ସଂଘମିତ୍ରା ଭୂତିଆ ଓ ଆଶିଷ କୁମାର ମିଶ୍ରଙ୍କୁ କାଦମ୍ବିନୀ ନବଉନ୍ମେଷ ପୁରସ୍କାର ପ୍ରଦାନ କରାଯିବ। ମହୋତ୍ସବ ଅବସରରେ ଅନୁଷ୍ଠିତ ହେବାକୁ ଥୁବା “କବି ଓ କବିତା” କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗଦେବେ କବି ସୁବୋଧ ସରକାର, କବି ପ୍ରବାସିନୀ ମହାକୁଡ଼ ଓ କବି ଅପର୍ଣ୍ଣା ମହାନ୍ତି। ଏଥିରେ ନିମନ୍ତ୍ରିତ କବିମାନେ କବିତାପାଠ କରିବେ। ସେହିଭଳି ମହୋତ୍ସବର ଶେଷ ଅଧିବେଶନରେ ଶିଶୁ ସାହିତ୍ୟ ସମ୍ମିଳନୀ ଓ କୁନାକୁନି ମେଳା ଅନୁଷ୍ଠିତ ହେବ।

ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେବେ ମହାରାଜ ବିଶିଷ୍ଟ ଚଳଚ୍ଚିତ୍ର ବ୍ୟକ୍ତିତ୍ଵ ବିନୋଦ ଗନତ୍ରା ଏବଂ ବାବା ରାମନାରାୟଣ ଦାସ ମହାରାଜ। ଏହି ଅବସରରେ ଯୁଗଳ କିଶୋର ଷଡ଼ଙ୍ଗୀ, ଜ୍ୟୋତିର୍ମୟୀ ମହାନ୍ତି, ମାନସରଞ୍ଜନ ସାମଲ ଓ ଶରତ କୁମାର ନାୟକଙ୍କୁ କୁନିକଥା ପ୍ରିୟଲେଖକ ସମ୍ମାନ ସମେତ କୁନିକଥା କୁନିପ୍ରତିଭା ପୁରସ୍କାର ପ୍ରଦାନ କରାଯିବ। ଏହି ଏକଦିବସୀୟ ସାହିତ୍ୟ ମହାକୁମ୍ଭରେ ଭାଷା, କଳା, ସଂସ୍କୃତି ଓ ସାହିତ୍ୟପ୍ରେମୀ ଜନସାଧାରଣ ଯୋଗଦେବା ପାଇଁ “ କାଦନ୍ଦିନୀ”ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଓ ସମ୍ପାଦିକା ଡକ୍ଟର ଇତି ସାମନ୍ତ ଅନୁରୋଧ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.