ଇତିହାସ ରଚିଲା ଇସ୍ରୋ, ହାଲୋ ଅର୍ବିଟରେ ପହଞ୍ଚିଲା ଆଦିତ୍ୟ ଏଲ-୧

ଇତିହାସ ରଚିଲା ଇସ୍ରୋ । ଆଜି ଆଦିତ୍ୟ ଏଲ-୧ ପୃଥ୍ଵୀ ଠାରୁ ୧୫ ଲକ୍ଷ କିମି ଦୂର ଲାଗାରିଞ୍ଜିନ ପଏଣ୍ଟ ୧ରେ ସଫଳତାପୂର୍ଣ୍ଣ ଭାବେ ପହଞ୍ଚିଛି । ଆଦିତ୍ୟ ଏଲ-୧ ସଫଳତାପୂର୍ଣ୍ଣ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦି ଏକ୍ସ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି ।

ପୁଣି ଥରେ ଇତିହାସ ରଚିଲା ଇସ୍ରୋ । ଆଜି ଆଦିତ୍ୟ ଏଲ-୧ ପୃଥ୍ଵୀ ଠାରୁ ୧୫ ଲକ୍ଷ କିମି ଦୂର ଲଗରାଞ୍ଜିଆନ୍ ପଏଣ୍ଟ ୧ରେ ସଫଳତାପୂର୍ଣ୍ଣ ଭାବେ ପହଞ୍ଚିଛି । ଆଦିତ୍ୟ ଏଲ-୧ ସଫଳତାପୂର୍ଣ୍ଣ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦି ଏକ୍ସ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି । ଏହାସହିତ ସମସ୍ତ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ସହିତ ପ୍ରଶଂସା କରିଛନ୍ତି । ତେବେ ଭାରତ ଆଉ ଏକ ମାଇଲଖୁଣ୍ଡ ଅତିକ୍ରମ କଲା ବୋଲି ମୋଦି କହିଛନ୍ତି ।

ଆଦିତ୍ୟ ଏଲ-୧ ସୂର୍ଯ୍ୟ ବିଷୟରେ ଅଧ୍ୟୟନ କରିବା ପାଇଁ ଗତବର୍ଷ ୨ ସେପ୍ଟେମ୍ବରରେ ଶ୍ରୀହରିକୋଟାରୁ ଲଞ୍ଚ କରାଯାଇଥିଲା ।

ପୃଥିବୀଠୁ ସୂର୍ଯ୍ୟ ପ୍ରାୟ ୧୫ କୋଟି କିଲୋମିଟର ଦୂରରେ ଥିବା ବେଳେ ଏହାର ଶହେ ଭାଗରୁ ୧ ଭାଗ ଦୂରତା ଅତିକ୍ରମ କରିଛି ଆଦିତ୍ୟ ଏଲ -୧ । ଅର୍ଥାତ ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂରତାରେ ରହି ସୂର୍ଯ୍ୟଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ଇସ୍ରୋ ଲକ୍ଷ୍ୟ ରଖିଛି ।

ଇସ୍ରୋ ପକ୍ଷରୁ ଆଦିତ୍ୟ ଏଲ-୧ ପୃଥିବୀଠୁ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ଆର୍ଥ-ସନ୍ ସିଷ୍ଟମର ପ୍ରଥମ ଲଗରାଞ୍ଜିଆନ୍ ପଏଣ୍ଟ୍ ବା ଏଲ-୧ର ଏକ ହାଲୋ ଅର୍ବିଟରେ ଅବସ୍ଥାପିତ ହେଇଛି । ସେଠାକୁ ଯିବା ପାଇଁ ପ୍ରାୟ ୪ ମାସ ସମୟ ଲାଗିଛି । ସୌର ପୃଷ୍ଠରେ ହେଉଥିବା ପରିବର୍ତ୍ତନ, ସୌରଝଡ଼ ବିକିରଣ ଓ କଣିକା ଉପରେ ଅଧ୍ୟୟନ କରିବା ଆଦିତ୍ୟ L1ର ମୂଳ ଲକ୍ଷ୍ୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.