Below header

ରାଜନୀତି ଛାଡିଲେ ପୂର୍ବତନ କ୍ରିକେଟର ଅମ୍ବାତି ରାୟୁଡୁ, ସପ୍ତାହେ ପୂର୍ବରୁ ଓ୍ଵାଇଏସଆର କଂଗ୍ରେସ ପାର୍ଟିରେ ଯୋଗ ଦେଇଥିଲେ

ଅମ୍ବାତି ରାୟୁଡୁ ଡିସେମ୍ବର ୨୮ରେ ଓ୍ଵାଇଏସଆର କଂଗ୍ରେସ ପାର୍ଟିରେ ଯୋଗ ଦେଇଥିଲେ । ପାର୍ଟିରେ ମିଶିବାର ମାତ୍ର ସପ୍ତାହେ ପରେ ପାର୍ଟି ଛାଟିବାକୁ ନିଷ୍ପତ୍ତି ନେଇଛନ୍ତି ରାୟୁଡୁ । ନିଜ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରି ରାୟୁଡୁ ଲେଖିଛନ୍ତି, କିଛି ସମୟ ପାଇଁ ରାଜନୀତିରୁ ଦୂରେଇ ରହିବାକୁ ଚାହୁଁଛି ।

ଓ୍ଵାଇଏସଆର କଂଗ୍ରେସ ପାର୍ଟି ଛାଡିଲେ ପୂର୍ବତନ ଭାରତୀୟ କ୍ରିକେଟର ଅମ୍ବାତି ରାୟୁଡୁ । ପାର୍ଟିରେ ମିଶିବାର ମାତ୍ର ସପ୍ତାହେ ପରେ ପାର୍ଟି ଛାଟିବାକୁ ନିଷ୍ପତ୍ତି ନେଇଛନ୍ତି ରାୟୁଡୁ । ନିଜ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରି ରାୟୁଡୁ ଲେଖିଛନ୍ତି, କିଛି ସମୟ ପାଇଁ ରାଜନୀତିରୁ ଦୂରେଇ ରହିବାକୁ ଚାହୁଁଛି ।

ସେ କହିଛନ୍ତି, ମୁଁ ଓ୍ଵାଇଏସଆର କଂଗ୍ରେସ ପାର୍ଟି ଛାଡୁଛି । କିଛି ସମୟ ପାଇଁ ରାଜନୀତିରୁ ଦୂରେଇ ରହିବାକୁ ଚାହୁଁଛି । ଏହାସହିତ ଆଗାମୀ ଦିନରେ ଉଚିତ ସମୟରେ ଆପଣଙ୍କୁ ନିଶ୍ଚିତ ଅବଗତ କରାଇବି ।

ସୂଚନାଯୋଗ୍ୟ, ଅମ୍ବାତି ରାୟୁଡୁ ଡିସେମ୍ବର ୨୮ରେ ଓ୍ଵାଇଏସଆର କଂଗ୍ରେସ ପାର୍ଟିରେ ଯୋଗ ଦେଇଥିଲେ । ପାର୍ଟିର ଅଧ୍ୟକ୍ଷ ତଥା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ, ଡେପୁଟି ସିଏମ୍‌ ନାରାୟଣ ସ୍ୱାମୀ, ସାଂସଦ ପେଦିରେଡି ମିଥୁନ ରେଡ୍ଡୀଙ୍କ ଉପସ୍ଥିତିରେ ପାର୍ଟିରେ ଯୋଗ ଦେଇଥିଲେ । ପାର୍ଟିରେ ଯୋଗ ଦେବା ପରେ ଅଫିସିଆଲ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରିଥିଲେ ।

ଗୁଣ୍ଟୁର ବାସିନ୍ଦା ଅମ୍ବାତି ରାୟୁଡୁ ଜୁଲାଇ ୨୦୧୯ରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ । ଏହାପରେ ୨୦୨୩ ଆଇପିଏଲରେ ମଧ୍ୟ ସନ୍ନ୍ୟାସ ନେଇଥିଲେ । ସେ ଭାରତ ପାଇଁ ୫୫ଟି ମ୍ୟାଚ ଖେଳିଥିବା ବେଳେ ୧୬୯୪ ରନ୍‌ କରିଛନ୍ତି । ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଅପରାଜିତ ୧୨୪ ରହିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.