ମା’ଙ୍କ ଅଧୁରା ସ୍ୱପ୍ନ ପୂରା କଲା ଝିଅ, ପାଞ୍ଚ ଦିନରେ ୫ଟି ସରକାରୀ ଚାକିରି

ସରକାରୀ ଚାକିରି ପାଇଁ ସ୍ୱପ୍ନ ଦେଖିଥିଲେ ମା’। ମା’ଙ୍କର ସେହି ଅଧୁରା ସ୍ୱପ୍ନକୁ ସାକାର କରି ଦେଖାଇଛି ଝିଅ । ସେ ପୁଣି ଗୋଟିଏ ସରକାରୀ ଚାକିରି ନୁହେଁ ଏକାଥରକେ ୫ ଟି ସରକାରୀ ଚାକିରି କରି ମା’ ଙ୍କ ସ୍ୱପ୍ନ ପୂରା କରିଛନ୍ତି ଟିନୁ ।

ବିହାର : ସରକାରୀ ଚାକିରି ପାଇଁ ସ୍ୱପ୍ନ ଦେଖିଥିଲେ ମା’। ମା’ଙ୍କର ସେହି ଅଧୁରା ସ୍ୱପ୍ନକୁ ସାକାର କରି ଦେଖାଇଛି ଝିଅ । ସେ ପୁଣି ଗୋଟିଏ ସରକାରୀ ଚାକିରି ନୁହେଁ ଏକାଥରକେ ୫ ଟି ସରକାରୀ ଚାକିରି କରି ମା’ ଙ୍କ ସ୍ୱପ୍ନ ପୂରା କରିଛନ୍ତି ଟିନୁ । ବିହାରର ଜମ୍ମୁ ଜିଲ୍ଲାରେ ରହୁଥିବା ପିଙ୍କି ସିଂହ । ଇରାଂଜୀରେ ଏମ୍‌ଏ ପଢ଼ିବା ସହ ବିଇଡିରେ କରିଛନ୍ତି ଡିଗ୍ରୀ । ଆଉ ସେ ପାଠ ପଢ଼ି ଅଫିସର ହେବାକୁ ଚାହୁଁଥିଲେ । ହେଲେ ପରିସ୍ଥିତି ଏପରି କିଛି ଥିଲା ଯାହା ଫଳରେ ସେ ସବୁ କିଛି ଛାଡ଼ି ବାହା ହୋଇଯାଇଥିଲେ । ଆଉ ନିଜ ସନ୍ତାନ, ପରିବାରର ଧ୍ୟାନ ରଖିବାରେ ବ୍ୟସ୍ତ ରହୁଥିଲେ । ହେଲେ ତାଙ୍କ ଝିଅ ଟିନୁ ଯାହା କରି ଦେଖାଇଛନ୍ତି ଖୁସିରେ ଛାତି ଫାଟି ପଡ଼ୁଛି ।

ତେବେ ଟିନୁ କୁମାରୀ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢ଼ି ୫ ଟି ପରିକ୍ଷା ପାସ୍‌ କରିଛନ୍ତି । ଟିନୁଙ୍କର ଏହି ସଫଳତାରେ ତାଙ୍କ ପରିବାର ଲୋକଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି । ଏହି ଖୁସିରେ ପାଖ ପଡ଼ୋଶୀ ମଧ୍ୟ ଟିନୁଙ୍କ ପ୍ରଶଂସା କରିଛନ୍ତି । ତେବେ ଏତିକିରେ ଟିନୁଙ୍କ ସ୍ୱପ୍ନ ପୂରଣ ହୋଇନାହିଁ ବୋଲି ସେ କହିଛନ୍ତି ଆହୁରି ଅଧିକା ପାଠ ପଢ଼ି ଆଇଏଏସ୍‌ ଅଫିସର ହେବାକୁ ଚାହାଁନ୍ତି । ତେବେ ଟିନୁଙ୍କ ବାପା ଜଣେ ସିଆରପିଏଫରେ ସବ୍‌ ଇନ୍ସପେକ୍ଟର । ତାଙ୍କ ମା ଜଣେ ଗୃହିଣୀ । ଟିନୁଙ୍କ ଏହି ସଫଳତାକୁ ବାପା ମା ଦୁହେଁ ବହୁତ୍‌ ଖୁସି ଅଛନ୍ତି ।

ତେବେ ଆମେ କହି ରଖୁଛୁ , ଗୋଟିଏ ମାସରେ ଟିନୁ ୫ ଟି ସଫଳତା ହାସଲ କରିଛନ୍ତି । ୨୨ ଡିସେମ୍ବରରେ ଟିନୁ କମ୍ପ୍ୟୁଟର ଅପରେଟର ପଦବୀରେ ଚୟନ ହୋଇଥିଲେ । ତା ପର ଦିନ ୨୩ ଡିସେମ୍ବରରେ ଏସ୍‌ଏସ୍‌ସି ସିଜିଏଲ୍‌ ପରୀକ୍ଷାରେ ସଫଳତା ପାଇ ଆସିଷ୍ଟାଣ୍ଟ ଶାଖା ଅଧିକାରୀ ପଦ ପାଇଁ ମନୋନୀତ ହୋଇଥିଲେ । ଏହା ପରେ, ବିପିଏସସିର ଶିକ୍ଷକ ନିଯୁକ୍ତି ପରୀକ୍ଷାରେ ଷଷ୍ଠ ରୁ ଅଷ୍ଟମ ଶ୍ରେଣୀ କ୍ୟାଡରରେ ସଫଳତା ପାଇଲେ । ଏହା ବ୍ୟତୀତ ସେ ମାଧ୍ୟମିକ ବିଦ୍ୟାଳୟ ନବମ ରୁ ଦଶମ ଶ୍ରେଣୀ କ୍ୟାଡର ଏବଂ ଉଚ୍ଚ ମାଧ୍ୟମିକ ଏକାଦଶ ରୁ ଦ୍ୱାଦଶ ଶ୍ରେଣୀ କ୍ୟାଡର ପାଇଁ ବିପିଏସସି ଶିକ୍ଷକ ନିଯୁକ୍ତିରେ ମଧ୍ୟ ସଫଳତା ପାଇଛନ୍ତି।

ଟିନୁ ତାଙ୍କ ସଫଳତା ପାଇଁ ତାଙ୍କ ପିତାମାତା, ଭାଇ ଏବଂ ତାଙ୍କ ମାମୁଁଙ୍କୁ ସବୁ ଶ୍ରେୟ ଦେଇଛନ୍ତି। ଟିନୁ କହିଛନ୍ତି ଯେ ଆଜି ଅଧିକାଂଶ ଯୁବକ ସୋସିଆଲ ମିଡିଆରେ ଭାବରେ ସକ୍ରିୟ ରହୁଥିବାବେଳେ ସେ ସୋସିଆଲ ମିଡିଆ ବ୍ୟବହାର କରନ୍ତି ନାହିଁ। କୌଣସି ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କର ଆକାଉଣ୍ଟ ନାହିଁ । ସେ ବହି ସହ ବନ୍ଧୁତା କରିଛନ୍ତି । ତାଙ୍କ ମତରେ ମଣିଷର ସର୍ବୋତ୍ତମ ବନ୍ଧୁ ହେଉଛି ବହି ଏବଂ ଏହି ବହିକୁ ନିରନ୍ତର ଅଧ୍ୟୟନ କରିବା ପରେ ହିଁ ସଫଳତା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.