Below header

ଶିଳ୍ପ ଓ ଏମଏସଏମଇକୁ ଟ୍ରାକକୁ ଆଣିବା ପାଇଁ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଗଠନ, ଛଅଟି ପୁଞ୍ଜି ନିବେଶ ପ୍ରସ୍ତାବକୁ ମିଳିଲା ଅନୁମୋଦନ

ଭୁବନେଶ୍ୱର(କେନ୍ୟୁଜ): ଶିଳ୍ପ ଓ ଏମଏସଏମଇକୁ ଟ୍ରାକକୁ ଆଣିବା ପାଇଁ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଗଠନ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂ, ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କମିଟିରେ ଅଛନ୍ତି । ସେହିପରି ୯ ହଜାର କୋଟି ଟଙ୍କାର ଛଅଟି ପୁଞ୍ଜିନିବେଶ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହାଇଲେଭଲ କ୍ଲିୟରାନ୍ସ କର୍ତ୍ତୃପକ୍ଷ-ଏଚଏଲସିଏ ବୈଠକରେ ଅନୁମୋଦନ ଦିଆଯାଇଛି । ସେ ଭିତରେ ରହିଛି ରୁଙ୍ଗଟା ମାଇନ୍ସ ଲିମିଟେଡ ଓ ଧୁନସେରି ଭେଞ୍ଜର୍ସ ଲିମିଟେଡର ମୋଟ୍‌ ୮ହଜାର ୮୫୦ କୋଟିର ବିନିବେଶ ପ୍ରସ୍ତାବ । ଏସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୬ହଜାର ୫ଶହ ୨୫ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.