Below header

ପାଣିପାଗ ସୂଚନା : ଆସନ୍ତାକାଲି ୮ଟି ଜିଲ୍ଲାକୁ ‘ଅରେଞ୍ଜ’ ଓ୍ଵାର୍ଣ୍ଣିଂ, ବଜ୍ରପାତ ପାଇଁ ଚାଷୀ ଭାଇଙ୍କୁ ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଜି ପୂର୍ବଦିନ ଗୁଡ଼ିକ ତୁଳନାରେ ରାଜ୍ୟରେ ତାପମାତ୍ରା ଟିକେ କମ୍‌ ଥିଲା । ତେବେ ଆସନ୍ତାକାଲି ପୁଣି କାଳବୈଶାଖୀର ଆଶଙ୍କା ରହିଛି । ସେଥିପାଇଁ ପାଣିପାଗ ବିଭାଗ ‘ଅରେଞ୍ଜ’ ଓ୍ଵାର୍ଣ୍ଣିଂ ଦେଇଛି । କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା ଏବଂ ଢେଙ୍କାନାଳରେ ୪୦ରୁ ୫୦ କିମି ବେଗରେ ପବନ ସହିତ ବର୍ଷା ଓ କୁଆପଥର ପଡ଼ିବାର ସମ୍ଭାବନା ରହିଛି । ଏହି ସମୟରେ ବଜ୍ରପାତ ମଧ୍ୟ ହେବ । ତେଣୁ ଚାଷୀଭାଇମାନେ ସତର୍କ ରହି ଚାଷ ଜମିକୁ ନଯିବା ଲାଗି ପରାମର୍ଶ ଦିଆଯାଇଛି ।
ସେହିଭଳି ୟେଲୋ ଓ୍ଵାର୍ଣ୍ଣିଂ ପାଇଛନ୍ତି ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ଅନୁଗୁଳ ଆଦି ପଶ୍ଚିମ ଓଡ଼ିଶାର ଜିଲ୍ଲା । ଏମାନଙ୍କ ସହ ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ ଏବଂ ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଏବଂ ୩୦ରୁ ୪୦ କିମି ବେଗରେ ପବନ ବହିବ ବୋଲି ସୂଚନା ଦିଆଯାଇଛି ।
ଆଜି ବଲାଙ୍ଗିରରେ ସର୍ବାଧିକ ତାପମାତ୍ରା ୪୧.୫ ଡିଗ୍ରୀ ସେଲସିୟସ ଥିବା ବେଳେ ବୌଦ୍ଧରେ୪୦.୮, ଟିଟିଲାଗଡ଼ରେ ୪୦.୫, ମାଲକାନଗିରି ୪୦.୨, ତାଳଚେରରେ ୪୦.୧ ଡିଗ୍ରୀ ଥିଲା । ରାଜଧାନୀ ଭୁବନେଶ୍ୱରରେ ତାତି ଥିଲା ୩୭.୫ ଡିଗ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.