ବଡ଼ଚଣା ଥାନା ଅଧିକାରୀ ନିଲମ୍ବିତ ହେବା ପରେ ନୂଆ IIC ଭାବେ ଯୋଗଦେଲେ ପ୍ରିୟବ୍ରତ ରାଉତ

ଯାଜପୁର (କେନ୍ୟୁଜ) : ଘଟଣାକ୍ରମରେ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧିକାରୀ ଦୀପକ କୁମାର ଜେନା ନିଲମ୍ବିତ ହେବା ପରେ ନୂତନ ଥାନା ଅଧିକାରୀ ଭାବେ ଯୋଗଦେଲେ ପ୍ରିୟବ୍ରତ ରାଉତ। ଗତକାଲି ପୁରୀ ଶ୍ରୀମନ୍ଦିରକୁ ଯାଇ ଲକଡାଉନ କଟକଣା ଭାଙ୍ଗିଥିଲେ ବଡ଼ଚଣା ଥାନା ଅଧିକାରୀ ଦୀପକ କୁମାର ଜେନା। ଆଜି ପାଣିକୋଇଲିସ୍ଥିତ ମୁଖ୍ୟାଳୟରେ କାର୍ଯ୍ୟ କରୁଥିବା ପ୍ରିୟବ୍ରତ ରାଉତଙ୍କୁ ବଡ଼ଚଣାର ନୂତନ ଥାନା ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.