Below header

ଆଜି ରଙ୍ଗର ପର୍ବ ହୋଲି: ସବୁଠି ଉତ୍ସବର ମାହୋଲ, ରଙ୍ଗରେ ରଙ୍ଗରେ ରଙ୍ଗେଇ ହେବ ଗାଁଠୁ ସହର

ଭୁବନେଶ୍ବର: ଆଜି ରଙ୍ଗର ପର୍ବ ହୋଲି। ରଙ୍ଗୀନ୍‌ ହେବ ଗାଁଠୁ ସହର। ସବୁଠି ଉତ୍ସବର ମାହୋଲ। ରଙ୍ଗରେ ରଙ୍ଗରେ ରଙ୍ଗେଇ ହେବେ ପିଲାଠୁ ବୁଢା। ତେବେ ଚଳିତ ବର୍ଷ କରୋନା ପାଇଁ ହୋଲି ପର୍ବ ପାଳନ ନେଇ ସମସ୍ତଙ୍କ ଉତ୍ସାହ କିଛିଟା ଫିକା କରିଦେଇଛି। ରଙ୍ଗ ବଜାର ମଧ୍ୟ ଖାଁ ଖାଁ ଲାଗୁଛି।

holiସେପଟେ କୋରନା ପାଇଁ କେମିକାଲ ଯୁକ୍ତ ରଙ୍ଗଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର । ରଙ୍ଗ ଖେଳିବା ସମୟରେ ଆଖି, ନାକ, ପାଟି ଠାରୁ ରଙ୍ଗକୁ ଦୂରେଇ ରଖିବାକୁ ପରାମର୍ଶ ଦିଆଯାଇଛି ।ହୋଲି ଉତ୍ସବ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି କମିଶନରେଟ ପୋଲିସ । ରାଜଧାନୀରେ ମୁତୟନ ହୋଇଛନ୍ତି ୧୬ ପ୍ଲାଟୁନ୍‌ ପୋଲିସ ଫୋର୍ସ । ୧୭ଟି ସ୍ଥାନରେ ପାଟ୍ରୋଲିଂ କରାଯିବ । ୨୮ଟି ସ୍ଥାନ ନାକା ପଏଣ୍ଟ ଭାବେ ଚିହ୍ନଟ କରାଯାଇଛି । ଏହି ସବୁ ସ୍ଥାନରେ କଡାକଡି ଚେକିଂ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.