ବଲାଙ୍ଗିର କିମ୍ସ କୋଭିଡ ହସ୍ପଟାଲରେ କର୍ମଚାରୀଙ୍କ ନିଆରା ସେବା ମନବୃତ୍ତି, ହସ୍ପିଟାଲ ପରିସରରେ ୯୨ ବର୍ଷୀୟ ରୋଗୀଙ୍କ ପାଳିଲେ ଜନ୍ମଦିନ

ବଲାଙ୍ଗିର(କେନ୍ୟୁଜ୍):ବଲାଙ୍ଗିର କିମ୍ସ କୋଭିଡ ହସ୍ପଟାଲରେ ୯୨ ବର୍ଷୀୟ ରୋଗୀଙ୍କ ଜନ୍ମଦିନ ପାଳନ କଲେ ହସ୍ପିଟାଲର କର୍ମଚାରୀ । ଆଜି ଗୋପବନ୍ଧୁ ମିଶ୍ର ନାମକ ଜଣେ ରୋଗୀଙ୍କ ଜନ୍ମ ଦିନ ଥିବାରୁ କିମ୍ସର କର୍ମଚାରୀମାନେ ପିପିଇ କିଟ ପିନ୍ଧି ରୋଗୀଙ୍କ ସହ ଜନ୍ମଦିନ ପାଳନ କରିଛନ୍ତି । ରୋମଙ୍କ ମନୋବଳକୁ ସୁଦୃଢ କରିବା ଏଭଳି ଆୟାଜନ କରିଥିଲେ କର୍ମଚାରୀମାନେ ।

ଡାକ୍ତରଖାନାର  ଅନ୍ୟ ରୋଗୀମାନେ ବି ଆଜି ବୃଦ୍ଧଙ୍କ ଜନ୍ମ ଦିନରେ ସାମିଲ ହୋଇଥିଲେ । କିମ୍ସର କର୍ମଚାରୀଙ୍କ ଏପରି କାମକୁ ସମସ୍ତେ ପ୍ରଶଂସା କରିଛନ୍ତି । ଗତକାଲି ଡାକ୍ତରଖାନାର ୬ ଜଣ ରୋଗୀଙ୍କୁ ଖିଅର କରି ରୋଗୀଙ୍କ ସେବାରେ ଲାଗିଥିଲେ କିମ୍ସ କର୍ମଚାରୀ । କର୍ମଚାରୀଙ୍କ ଏପରି ସେବା ମନବ୍‌ତ୍ତିକୁ ପାଇଁ  ବଲାଙ୍ଗିର ଜିଲ୍ଳା ପ୍ରଶାସନ ପକ୍ଷରୁ ପ୍ରଶଂସା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.