ଦାଗ ଓ ଚିହ୍ନ ହଟାଇ ଲେମ୍ବୁ ଚେହେରାକୁ କରିଦେବ ଉଜ୍ଜଳ, ବାସ୍‌ ଏପରି କରନ୍ତୁ ପ୍ରୟୋଗ

ସୁନ୍ଦର ଚେହେରା ସମସ୍ତଙ୍କର କାମ୍ୟ । ଚେହେରାରୁ ଦାଗ ଓ ଚିହ୍ନ ହଟାଇ ଚେହେରାକୁ ସୁନ୍ଦର କରିବାକୁ ଲୋକେ କାହିଁ କେତେ ଉପାୟମାନ କରିଥାନ୍ତି । ହେଲେ ସାଧାରଣ ଲେମ୍ବୁ ଦ୍ୱାରା ଯେ ଚେହେରାକୁ ସୁନ୍ଦର କରିହେବ କ୍ୱଚିତ୍‌ ଜାଣିଥିବେ । ଲେମ୍ବୁ ସ୍ୱାସ୍ଥ୍ୟ ପାଇଁ ଉପାଦେୟ ହେବା ସହ ଚେହେରାକୁ ଉଜ୍ଜଳ କରିବାରେ ବେଶ ସହାୟକ ହୋଇଥାଏ । ଆସନ୍ତୁ ଜାଣିବା ସୁସ୍ଥ ତ୍ୱଚ୍ଚା ପାଇଁ ଲେମ୍ବୁର କିଛି ଟିପ୍ସ ।

beauty tips
photo credit: Beauty and Fashion

୧. ନେଚୁରାଲ ଫେସ୍‌ ସ୍କ୍ରବ ପାଇଁ :

ଆୟୁର୍ବେଦ ଅନୁଯାୟୀ, ଏହି ସ୍କ୍ରବ ତିଆରି କରିବା ପାଇଁ ଆପଣଙ୍କୁ ଥଣ୍ଡା ଦୁଧ ଓ ଲେମ୍ବୁ ରସକୁ ବାଦାମ ପାଉଡର କିମ୍ବା କମଳା ଲେମ୍ବୁ ଚୋପାର ଗୁଣ୍ଡ କିମ୍ବା ଓଟ୍ସ ସହିତ ମିଶାଇ ପେଷ୍ଟ କରନ୍ତୁ । ତ୍ୱଚ୍ଚାରେ ଧିରେ ଧିରେ ଲଗାନ୍ତୁ ଓ ୧୦ ମିନିଟ ପରେ ହାଲକା ଗରମ ପାଣିରେ ଧୋଇ ଦିଅନ୍ତୁ ।

୨. ଅଏଲ ତ୍ୱଚ୍ଚା ପାଇଁ :

ଅଧା ଚାମଚ ହଳଦୀ ପାଉଡର, ୨ ଚାମଚ ଲେମ୍ବୁ ରସ, ୩ ଚାମଚ ଅମୃତ ଭଣ୍ଡା ରସକୁ ଭଲ ଭାବେ ମିଶାଇ ପେଷ୍ଟ ବନାନ୍ତୁ । ଚେହେରାରେ ଲଗାଇବା ପରେ ୨୦ ମିନିଟ ପରେ ଧୋଇ ଦିଅନ୍ତୁ ।

୩. ସୁଖିଲା ତ୍ୱଚ୍ଚା ପାଇଁ :

ଏଥିପାଇଁ ୩ ଚାମଚ ଲେମ୍ବୁ ରସ, ଆବଶ୍ୟକତା ଅନୁସାରେ ମହୂ ଓ ଅଧା କପ ବନ୍ଧା କୋବି (ସିଝା ଯାଇ ଟିକ୍‌ ଟିକ୍‌ ହୋଇଥିବା)କୁ ମିଶାଇ ପେଷ୍ଟ ବନାନ୍ତୁ । ଏହାକୁ ଚେହେରାରେ ଲଗାଇ ୧୦ ମିନିଟ ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.