Below header

କରୋନା ଭୁଲାଇଦେଲା ମାନବିକତା: ସ୍ବାମୀଙ୍କୁ ଚିକିତ୍ସା କରିବା ପାଇଁ ଡାକ୍ତରଖାନା ବାହାରେ ନେହୁରା ହେଲେ ମହିଳା, ହେଲେ କେହି ଶୁଣିଲେନି

ଢେଙ୍କାନାଳ: ଡାକ୍ତରଖାନା ପିଣ୍ଡାରେ ଚିତ୍କାର କରୁଥାନ୍ତି ମହିଳା ଜଣଙ୍କ। ବାରମ୍ଵାର ତଳେ ପଡିଥିବା ସ୍ବାମୀଙ୍କ ଛାତିକୁ ପମ୍ପିଂ କରୁଥାନ୍ତି। କାଳେ ତାଙ୍କ ସ୍ବାମୀ ଉଠିପଡିବେ କି । ସେ ଜାଣିନଥିଲେ ସେତେବେଳକୁ ସବୁ ସରିଗଲାଣି। ତାଙ୍କ ସ୍ବାମୀ ଆଉ ଏଇ ଦୁନିଆରେ ନାହାନ୍ତି ବୋଲି ଘଟଣାସ୍ଥଳରେ ଡାକ୍ତରଖାନାରେ ନିୟୋଜିତ ହୋଇଥିବା ସିକ୍ଯୁରିଟି ଗାର୍ଡ ମଧ୍ଯ ଉପସ୍ଥିତ ଥିଲେ। କିନ୍ତୁ ଏସବୁ ଦେଖି ଚୁପ୍ ଚାପ ଛିଡା ହୋଇରହିଥିଲେ। ସତରେ ଯେ କେହିବି ଏ ଦ୍ରୁଶ୍ଯ ଦେଖି ଗୋଟେ ସେକେଣ୍ଡ ପାଇଁ ନିଜକୁ ଅଟକାଇ ରଖିପାରିବନି । କିନ୍ତୁ ସେଠାରେ ଏତେ ଲୋକ ଥାଇବି ସବୁ ଦେଖଣାହାରି ପାଲଟିଥିଲେ ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି, ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ସାମ୍ନାରେ । ଗତକାଲି ଘଟିଥିବା ଏହି ହୃଦୟ ବିଦାରକ ଘଟଣା । ଏହି ଭିଡିଓକୁ ପାଖରେ ଠିଆ ହୋଇଥିବା କିଛି ଲୋକେ ରେକର୍ଡ କରିଥିଲେ । ଯାହା ଏବେ  ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁଯାୟୀ, ବ୍ୟକ୍ତି ଜଣକ ଅନୁଗୁଳର ଜଣେ ସରକାରୀ କର୍ମଚାରୀ ।

ତାଙ୍କ ଘର ଢେଙ୍କାନାଳ ଜିଲ୍ଲାରେ। ସେ ଗତକାଲି କୋଭିଡ଼ ଟେଷ୍ଟ ପାଇଁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ଯାହାର ରିପୋର୍ଟ ପଜିଟିଭ ବାହାରିଥିଲା । ଯାହା ଜାଣିବା ପରେ ବ୍ୟକ୍ତି ଜଣକ ହଠାତ୍ ତଳେ ପଡିଯାଇଥିଲେ ଓ ତାଙ୍କର ମୃତ୍ୟୁ ହୋଇଥିଲା । ସତରେ ଏ କରୋନା ମାନବିକତାକୁ ବି ଭୁଲାଇଦେଲା । ହୁଏତ ଉଚିତ୍ ସମୟରେ ଚିକିତ୍ସା ପାଇଥିଲେ ମହିଳା ଜଣଙ୍କ ନିଜ ସ୍ବାମୀଙ୍କୁ ବଞ୍ଚାଇ ପାରିଥାନ୍ତେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.