Below header

୪ ଥର ଶାସନରେ ରହିବା ପରେ ପଞ୍ଚମ ଥର ପାଇଁ ନବୀନଙ୍କୁ ମିଳିଛି ଗୁରୁ ଦାୟିତ୍ୱ : ଏଥର କିନ୍ତୁ ବିଜୟ ପଥ ନଥିଲା ଏତେ ସହଜ

ଲେଖକରୁ ରାଜନେତା । ବିଜୁ ବାବୁଙ୍କ ଦେହାନ୍ତ ପରେ ୧୯୯୭ରେ ରାଜନୀତିରେ ପାଦ ରଖିଥିଲେ ନବୀନ ପଟ୍ଟନାୟକ। ସେତେବେଳେ କେହି ବି ଭାବି ନଥିଲେ ନବୀନ ଏତେ ଲମ୍ବା ଇନିଂସ ଖେଳିବେ । କୁହାଗଲା, ରାଜନୀତିରେ ନବୀନଙ୍କ କ୍ୟାରିୟର ସ୍ୱଳ୍ପ ସମୟ ପାଇଁ । କିନ୍ତୁ ସେ ନୂଆ ଦଳ ଗଢିଲେ । ୨୦୦୦ ମସିହାରେ ରାଜ୍ୟରେ ସରକାର ଗଠନ କଲେ । ୧୯ ବର୍ଷ ବିତିଲା, ଏବେ ଆଉ ୫ ବର୍ଷ ପାଇଁ ମ୍ୟାଣ୍ଡେଟ୍‌ ମିଳିଛି। ଅବଶ୍ୟ ପ୍ରଥମ ଦୁଇଟି ଟର୍ମ ବିଜେପି ସହ ମିଶି ସରକାର ଗଠନ କରିଥିଲେ ନବୀନ। ୨୦୦୯ରେ ମେଣ୍ଟ ଭାଙ୍ଗିଥିଲା। ୨୦୦୯ ଓ ୨୦୧୪ରେ ଏକାକି ଲଢି ବିଜେଡିକୁ ବିଜୟୀ କରାଇଥିଲେ।

୨୦୧୯ରେ ନବୀନଙ୍କ ଅଟକାଇବାକୁ ଫୋକସ କରିଥିଲା ବିଜେପି। ରାଜ୍ୟର ଦୁଇ ନେତା ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମିଳିଥିଲା ସ୍ଥାନ। ନବୀନଙ୍କ ସାମ୍ନାରେ ଉଭୟଙ୍କୁ ନେତାଭାବେ ଠିଆ କରାଇବାକୁ କେନ୍ଦ୍ରୀୟ ନେତୃ ବୃନ୍ଦ ପ୍ରୟାସ କରିଥିଲେ। ପଞ୍ଚାୟତ ନିର୍ବାଚନରେ ଦଳକୁ ମିଳିଥିଲା ସଫଳତା। କଂଗ୍ରେସକୁ ପଛରେ ପକାଇ ଦ୍ୱିତୀୟ ସ୍ଥାନରେ ରହିଥିଲା ବିଜେପି। ଦଳ ଆରମ୍ଭ କରିଥିଲା ମିଶନ ୧୨୦ ପ୍ଲସ ମିଶନ।

ଏହାପରେ ଦଳକୁ ସଜାଡିବା ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ। ମନ୍ତ୍ରିମଣ୍ଡଳରେ ହେଲା ଅଦଳବଦଳ। ୟଙ୍ଗ ବ୍ରିଗେଡ୍‌ଙ୍କୁ ମନ୍ତ୍ରି ମଣ୍ଡଳରୁ ବାଦ୍‌ ଦେଇ ଭେଟେରାନଙ୍କୁ ସାମିଲ କରଗାଲା। ୟଙ୍ଗ ବ୍ରିଗେଡ୍‌ଙ୍କୁ ଦଳ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଗଲା। ସେପଟେ ବିଜେପି, ଅନ୍ୟ ଦଳରୁ ନେତା ଆଣି ନିଜ ଦଳକୁ ମଜଭୁତ କରିବାରେ ଲାଗିଲା। ଏହାର ମୁକାବିଲା ପାଇଁ କଂଗ୍ରେସରୁ କିଛି ନେତାଙ୍କୁ ବିଜେଡିରେ ମିଶାଗଲା। ଚନ୍ଦ୍ରଶେଖର ସାହୁ ଓ ନବ ଦାସ ଭଳି ନେତା ଆସି ବିଜେଡିରେ ଯୋଗ ଦେଲେ। ବିଜେପିରୁ ମଧ୍ୟ ରାଜକିଶୋର ଦାସ ଓ ସୁବାସ ଚୌହ୍ଵାନ ଭଳି ନେତା ଆସି ବିଜେଡିରେ ଯୋଗ ଦେଲେ। ତାର ସୁଫଳ ମଧ୍ୟ ସାଧାରଣ ନିର୍ବାଚନରେ ଦେଖିବାକୁ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.