Below header

କଟକରେ କାମ କରୁଛି କି ନକଲି ସିରପ୍ ବ୍ୟବସାୟର ର‍୍ୟାକେଟ, ବିପୁଳ ପରିମାଣର ବ୍ୟାନ୍ ହୋଇଥିବା କଫ ସିରପ୍ ଜବତ, ଦୁଇ ଅଭିଯୁକ୍ତ ଗିରଫ

କଟକ(କେନ୍ୟୁଜ୍):  ବିପୁଳ ପରିମାଣର କଫ ସିରଫ ଜବତ କଲା ମର୍କତ ନଗର ଥାନା ପୋଲିସ। ଚୌଦ୍ୱାର ଅଞ୍ଚଳରେ ମହଜୁଦ ଥିଲା ଏହି କଫ ସିରଫ। ପାଖାପାଖି ୩୧୩୯ ବୋତଲ କଫ ସିରପ୍ ଜବତ ହୋଇଛି। ଏହି ସବୁ ସିରପ୍ ଗୁଡିକ ରାଜ୍ୟ ସରକାରଙ୍କ ଦ୍ୱାରା ବ୍ୟାନ କରାଯାଇଛି ।  ଏହି କଫ ସିରପକୁ ଯୁବକ ଓ ଛାତ୍ରମାନେ ନିଶା ଭାବେ ବ୍ୟବ୍ୟବହାର କରୁଥିବାର ଅନୁମାନ କରୁଛି ମର୍କତ ନଗର ପୋଲିସ। କଫ୍ ସିରଫ ସହ ୫ଟି ଷ୍ଟ୍ରୀପ ନିଶା ଟାଵଲେଟ ମଧ୍ୟ ଜବତ କରିଛି ପୋଲିସ,ଏହି କଫ୍ ସରପ୍ ବ୍ୟବସାୟ କରୁଥିବା ଦୁଇ ଅଭିଯୁକ୍ତ ମଧ୍ୟ ମର୍କତନଗର ପୋଲିସ ଗିରଫ କରିଛି।

ସୂଚନା ମୁତାବକ ନରାଜପଟୁ ଓଡି-୦୫ ପି-୭୯୩୮ ନମ୍ବର ଏକ ଏଚ୍ ଏଫ ଡିଲକ୍ପ ବାଇକରେ ଜଣେ ବ୍ୟକ୍ତି ଗୁଡାଏ ବ୍ୟାନ୍ କଫ୍ ସିରଫ୍ ନେଇ କଟକ ଅଭିମୁଖେ ଆସୁଥିବାର ଖବର ପାଇଥିଲେ ମର୍କତ ନଗର ଥାନା ଆଇଆଇସି । ଖବର ପାଇବା ପରେ  ସଙ୍ଗେ ସଙ୍ଗେ ସେ ବ୍ୟକ୍ତିକୁ ଧରିବା ପାଇଁ ମର୍କତ ନଗର ଆଇଆଇସି ଏସଆଇ ଚନ୍ଦ୍ରୀକା ସ୍ବାଇଁଙ୍କ ନେତୃତ୍ୱରେ ଗୋଟେ  ଟିମ ଗଠନ କରି ସେକ୍ଟର -୮ ରେ ଥିବା ପରିବାଗଦି ନିକଟକୁ  ପଠାଇଥିଲେ। ସେଠାରୁ ସେ ବ୍ୟକ୍ତିକୁ ଅଟକାଇ ତଲାସି କଲା ବେଳେ ତାଠାରୁ ୧୯ ଟି କଫ୍ ସିରପ୍ ଠିପି ଖୋଲା ଓ ଏକ କାର୍ଟୁନରେ ୬୫ ସିରପ୍ ଠିପି ବନ୍ଦ ଅବସ୍ଥାରେ ମିଳିଥିଲା। ପରେ ତାକୁ ପଚାରାପଚରି କରିବାରୁ ସେ ବ୍ୟକ୍ତି ଜଣକ ଏସବୁ ସିରପ୍ ଚୌଦ୍ବାରରେ ଥିବା ଚିକିତ୍ସା ଡ୍ରଗ ହାଉସର ମାଲିକ ଦିଲ୍ଲୀପ ସାହୁ ଠାରୁ ଆଣିଛି ବୋଲି କହିଥିଲା। ସେ ବ୍ୟକ୍ତିଠାରୁ ଦିଲ୍ଲୀପ ସାହୁଙ୍କ ସୂଚନା ପାଇବା ପରେ ପୋଲିସ ଦିଲ୍ଲୀପ ସାହୁଙ୍କ ଘରେ ସର୍ଚ୍ଚ କରିଥିଲା। ସେଠାରୁ  ପାଖାପାଖି ୩୧୩୪ ବୋତଲ କଫ୍ ଜବତ କରିଛି  ମର୍କତ ନଗର ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.