Below header

ଦିନେ ପରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ, ହଠାତ୍ ବଡ଼ଦାଣ୍ଡରେ ହେଲା ବଡ଼ ଜନସମାଗମ

ପୁରୀ(କେନ୍ୟୁଜ୍):  ଦିନେ ପରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ରହିଛି । ଆଜିଠୁ ଆରମ୍ଭ ହୋଇଛି ପଞ୍ଚକ ବ୍ରତ । ଆଜି ପୁରୀରେ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ବ୍ୟାରିକେଡ୍‌ ନିକଟରେ ଭକ୍ତ ଗହଳି । ସନ୍ଧ୍ୟା ବେଳେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା । ଏପରିକି ବହୁ ଲୋକଙ୍କ ମୁହଁରେ ମାସ୍କ ବି ନଥିଲା । ଲୋକମାନେ ଖୁନ୍ଦାଖୁନ୍ଦି ହୋଇ ଠିଆ ହୋଇଥିଲେ । ସାମାଜିକ ଦୂରତା ବୋଲି କିଛି ନଥିଲା । ଏବେ ଦେଶରେ ସଂକ୍ରମଣ ବଢୁଛି ।

ଲୋକ ଏକାଠି ହେବାକୁ ବାରଣ କରାଯାଉଛି । ସରକାର ଜାରି କରିଛନ୍ତି କଟକଣା । କିନ୍ତୁ ପୁରୀରେ ଆଜି ଶ୍ରଦ୍ଧାଳୁଙ୍କ ଗହଳିକୁ ନେଇ ଚିନ୍ତା ପ୍ରକାଶ ପାଇଛି । ଆଜି କେନ୍ଦ୍ର ସରକାର ଡିସେମ୍ବର ମାସ ପାଇଁ ଜାରି କରିଛନ୍ତି ଗାଇଡଲାଇନ୍‌ । କୋଭିଡ୍‌ କଟକଣାକୁ ସଠିକ ଭାବରେ ପାଳନ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି । ଧାର୍ମିକ କାର୍ଯ୍ୟକ୍ରମରେ ଜନସମାଗମ ଉପରେ କଟକଣା ରହିଛି । କିନ୍ତୁ ଲୋକ ମାନୁ ନାହାନ୍ତି । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.