ଆଜି ଆକାଶର ଜହ୍ନକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା, ଏତେ ବଡ଼ ବଳୟ କଣ ପାଇଁ ?

ଭୁବନେଶ୍ୱର : ଚନ୍ଦ୍ରରେ ବିଶାଳକାୟ ବଳୟ । ଚନ୍ଦ୍ର ଭିତରେ କିଛି ଚିହ୍ନ ଦେଖା ଯାଉଛି । ପାଖରେ ଏକ ତାରା । କିଛି ଗୋଟେ ହୋଇଛି । କିଛି ସଂକେତ ଦେଉଛି କି? ଏମିତି ଚର୍ଚ୍ଚା ଚାଲିଛି ଲୋକଙ୍କ ଭିତରେ । ଯେଉଁଠି ମେଘୁଆ ପାଗ ଅଛି ସେଠି ଜହ୍ନ ଏତେ ଭଲ ଭାବେ ଦିଶୁ ନାହିଁ । ଆଉ ଯେଉଁଠି ଆକାଶ ପରିସ୍କାର ସେଠି ଏହି ବଳୟ ଦେଖଇବାକୁ ମିଳୁଛି । ଲୋକେ ଚନ୍ଦ୍ରର ଫଟୋ ଉଠାଇବାରେ ଲାଗିଛନ୍ତି ।

moon circle 1

ଅବଶ୍ୟ ପୂର୍ବରୁ ଲୋକକଥା ରହିଛି ଯେ ସୂର୍ଯ୍ୟ କିମ୍ବା ଚନ୍ଦ୍ର ପାଶ୍ୱରେ ଏଭଳି ବଳୟ ଦେଖାଗଲେ ବର୍ଷା ହୁଏ ବୋଲି । ଏପଟେ ବାତ୍ୟା ନିଭାର ଆସୁଛି । ତେଣୁ ଏହାକୁ ନେଇ ଲୋକେ ଅଧିକ ଆଲୋଚନା କରୁଛନ୍ତି । ଅବଶ୍ୟ ମହାକାଶ ବିଜ୍ଞାନୀଙ୍କ ମତରେ ବାଦଲ ଦେଇ ଆଲୋକ ଅତିକ୍ରମ କଲେ ତାର ଏକ ପ୍ରତିବିମ୍ବ ସୃଷ୍ଟି ହୋଇ ଏଭଳି ଦୃଶ୍ୟ ଦେଖିବାକୁ ମିଳେ ।

ତେବେ ଏହି ମହାକାଶର ଦୃଶ୍ୟ ସମ୍ପର୍କରେ ବିଶେଷ କିଛି ତଥ୍ୟ ହାସଲ ହୋଇ ପାରିନାହିଁ । ତଥାପି ଲୋକେ ଏ ନେଇ ଚର୍ଚ୍ଚା ଆଲୋଚନା କରୁଛନ୍ତି । ଆପଣମାନେ ବି ଦେଖନ୍ତୁ ଚନ୍ଦ୍ରର ସେହି ଫଟୋ ଏବଂ ଭିଡିଓ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.