Below header

ବଳିଆକୁ ଛାଡ଼ି ଚାଲି ଗଲା କାଳିଆ

କଟକ : ଜଗା ଠାରୁ ଦୂରେଇ ଗଲା କାଳିଆ । ଯୋଡ଼ାମୁଣ୍ଡ ଶିଶୁ ଭାବେ ସାରା ଦେଶରେ ଚର୍ଚ୍ଚିତ ହୋଇଥିବା କନ୍ଧମାଳର ଏହି ଦୁଇ ଶିଶୁ ମଧ୍ୟରୁ କାଳିଆକୁ ବଞ୍ଚାଇ ପାରିଲେନି ଡାକ୍ତର । ଚିକିତ୍ସାଧୀନ ଅବସ୍ଥାରେ ଆଜି କଟକ ବଡ଼ ମେଡିକାଲରେ ରାତି ୯ଟା ୧୦ ମିନିଟରେ କାଳିଆ ଶେଷ ନିଶ୍ୱାସ ତ୍ୟାଗ କରିଛି ।ଏନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । କଟକ ବଡ଼ ମେଡିକାଲର ଭେଣ୍ଟିଲେଟରରେ ତାର ଚିକିତ୍ସା କରାଯାଉଥିଲା । ଦୁଇ ଟ୍ରମା ICUରେ ତାର ଚିକିତ୍ସା କରାଯାଉଥିଲା । କାଳିଆ ସେଫଟିସେମିଆରେ ପୀଡ଼ିତ ଥିଲେ । ସବୁ ପ୍ରକାର ଚେଷ୍ଟା ସତ୍ତ୍ୱେ କାଳିଆକୁ ବଞ୍ଚାଇ ପାରିଲେ ନାହିଁ ଡାକ୍ତରୀ ଟିମ୍‌ ।

ଯୋଡ଼ାମୁଣ୍ଡର ଅପରେସନ୍‌ ପରେ ସବୁବେଳେ କାଳିଆର ସ୍ୱାସ୍ଥ୍ୟାବସ୍ଥାରେ ଟିକେ ସମସ୍ୟା ରହୁଥିଲା । ତେବେ ଦୁଇ ଦିନ ତଳେ ଅଧିକ ଗୁରୁତର ହେବାରୁ ତାକୁ ଭେଣ୍ଟିଲେଟରରେ ରଖା ଯାଇଥିଲା । ଏସ୍‌ସିବି ଅଧୀକ୍ଷକ ଡାକ୍ତର ଲୁସି ଦାସ ଏ ନେଇ ସୂଚନା ଦେଇଥିଲେ। ଦିଲ୍ଲୀଏମ୍ସରେ ଯୋଡା ମୁଣ୍ଡ ଅଲଗା ହେବା ପରେ କଟକ ଏସବିରେ ଚିକିତ୍ସାଧୀନ ଥିଲା କାଳିଆ। ବଳିଆ ଧୀରେ ଧୀରେ ସୁସ୍ଥ ହେଉଥିବା ବେଳେ କାଳିଆ ବେଡରୁ ଉଠି ପାରୁନଥିଲା । ଡାକ୍ତର କହିଥିଲେ ସ୍ନାୟୁରେ ସମସ୍ୟା ଯୋଗୁଁ କାଳିଆକୁ ସୁସ୍ଥ ହେବା ପାଇଁ କିଛି ଦିନ ସମୟ ଲାଗିବ। ହେଲେ ସମୟ ସିନା ଗଡ଼ି ଚାଲିଲା କିନ୍ତୁ କାଳିଆ ଠାରେ ବିଶେଷ ଉନ୍ନତି ଦେଖା ଯାଉନଥିଲା। ତାର ଦେଖା ରଖା କରିବା ପାଇଁ ସ୍ବତନ୍ତ୍ର ଡାକ୍ତରୀ ଦଳ ରହିଥିଲେ।

୨୦୧୭ ମସିହାରେ ଦିଲ୍ଲୀ ଏମ୍‌ସରେ ରହି ଚିକିତ୍ସା ଓ ଅପରେସନ୍‌ ହେବା ପରେ ଗତ ବର୍ଷ ସେପଟେମ୍ବର ମାସରେ ଓଡ଼ିଶା ଫେରିଥିଲେ ଏହି ଯାଆଁଳା ଭାଇ । ଅପରେସନ୍‌ ପରେ ଇନଫେକସନ୍‌ର ଭୟ ଥିବାରୁ ସେମାନଙ୍କ ଏସ୍‌ସିବି ଭିତରେ ଏକ ସ୍ୱତନ୍ତ୍ର କ୍ୟାବିନରେ ରଖା ଯାଇ ଚିକିତ୍ସା କରାଯାଉଥିଲା । ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ସହଯୋଗ ଓ ଆର୍ଥିକ ସହାୟତାରେ ଏହି ଦୁଇ ଭାଇ ଓ ତାଙ୍କ ପରିବାରକୁ ଓଡ଼ିଶାରୁ ଦିଲ୍ଲୀ ଏବଂ ପରେ ପୁଣି ଓଡ଼ିଶାକୁ ଅଣାଯାଇଥିଲା ।

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିମିରିଗୁଡ଼ା ପଞ୍ଚାୟତ ରେ ରହିଛି ମିଲୁପଡ଼ା ଗାଁ । ସେହି ଗାଁର ଭୂୟାଁ କହଁର ଓ ପୁଷ୍ପାଞ୍ଜଳି କହଁରଙ୍କ ପୁଅ ହେଉଛନ୍ତି ଜଗା ଓ କାଳିଆ । ୨୦୧୭ ଜୁଲାଇ ୧୩ ତାରିଖରେ ସେମାନେ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି ହୋଇଥିଲେ। ସେତେବେଳେ ଏମାନଙ୍କ ବୟସ ଥିଲା ୨ବର୍ଷ ୨ମାସ ବୟସ ହୋଇଥିଲା। ଏବେ ସେମାନଙ୍କୁ ସାଢ଼େ ପାଞ୍ଚ ବର୍ଷ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.