Below header

ପାରଲାଖେମୁଣ୍ଡି ବିଧାୟକଙ୍କ ଘରେ ପସିଲେ ଦୁଇ ଅଜଣା ଯୁବକ, ବିଧାୟକଙ୍କ ମାଉସୀଙ୍କୁ କଲେ ହତ୍ୟା ଉଦ୍ୟମ

ଗଜପତି(କେନ୍ୟୁଜ୍):  ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ସନ୍ଧ୍ୟାରେ ଦୁଇ ଜଣ ଅଜଣା ଯୁବକ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓଙ୍କ ଘରେ ପସି ବିଧାୟକଙ୍କ ମାଉସୀ ପି.ତାତାମ୍ମାଙ୍କୁ ହତ୍ୟା ଉଦ୍ୟମ କରିଥିଲେ । ଦୁଇଜଣ ଯୁବକଙ୍କ ପରିଚୟ ମିଳିନଥିବା ବେଳେ ବିଧାୟକଙ୍କ ଘରୁ କିଛି କାଗଜପତ୍ର, ଆଟାଜ୍ ତାଡି ଲୁଟ ଉଦ୍ୟମ କରୁଥିବା ବେଳେ ପାଖ ପଡୋଶୀ ବିଧାୟକଙ୍କ ମାଉସୀଙ୍କ ଚିତ୍କାର ଶୁଣି ଘର ଭିତରକୁ ଯାଇଥିଲେ। କିନ୍ତୁ ସେତେବେଳକୁ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି । କିନ୍ତୁ କିଛି ପାଖ ପଡୋଶୀ ପହଂଚିବା ବେଳକୁ ପି.ତାତାମ୍ମାଙ୍କୁ ରକ୍ତାକ୍ତ କରି ପକାଇଛନ୍ତି ଦୁର୍ବୃତ୍ତ।

ଘଟଣା ସଂର୍ପକରେ ବିଧାୟକଙ୍କ ଘର ନିକଟରେ ଥିବା ବିଜେପି କାର୍ଯ୍ୟାଳୟରୁ ଜଣେ ବରିଷ୍ଠ ବିଜେପି ନେତା ଓ ବିଧାୟକଙ୍କ ବ୍ୟକ୍ତିଗତ ସେକ୍ରେଟାରୀ ପହଞ୍ଚି ମୂର୍ମୁଷ ଅବସ୍ଥାରେ ବିଧାୟକଙ୍କ ମାଉସୀ ପି.ତାତାମ୍ମାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରକୁ ପଠାଇବା ସହ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ବିଧାୟକଙ୍କ ଘରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି । ତେବେ ଏହି ଅଜଣା ଯୁବକ ଦୁଇ ଜଣ ଚୋରୀ କରିବାକୁ ଆସିଥିଲେ ନା ବିଧାୟକଙ୍କୁ ହତ୍ୟା କରିବାକୁ ଆସିଥିଲେ ତାହା ତଦନ୍ତ ସାପେକ୍ଷ ଥିବା ବେଳେ ସୌଭାଗ୍ୟ ବସତଃ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ବିଧାନ ସଭା ଅଧିବେସନରେ ଉପସ୍ଥିତ ରହିବା ପାଇଁ ଚାଲି ଯାଇଥିବାରୁ ଏହି ଆକ୍ରମଣରୁ ବର୍ତ୍ତି ଯାଇଛନ୍ତି ।

ତେବେ ଅଜଣ ଯୁବକ ଦୁଇ ଜଣ କେଉଁ କାରଣରୁ କାହିଁକି ବିଧାୟକଙ୍କ ଘରେ ପ୍ରବେଶ କରିଥିଲେ ଲୁଟ ଉଦ୍ୟମ ସହ ବିଧାୟକଙ୍କ ମାଉସୀଙ୍କୁ ହତ୍ୟା ଉଦ୍ୟମ କାହିଁକି କରିଥିଲେ ଏ ଦୁଇ ଜଣ ଧରା ପଡିଲେ ହିଁ ସତ ଜଣା ପଡିବ । କିନ୍ତୁ ଘଟଣା ସ୍ଥଳରୁ ଦୁଇ ଜଣ ଅଜଣା ଯୁବକଙ୍କ ମଧ୍ୟରୁ ଜଣକ ଜୋତା ରହିଯାଇଥିବା କିଛି ଦଳୀୟ କର୍ମୀ ସୂଚନା ଦେଇଛନ୍ତି ଯାହାକୁ ଆଧାର କରି  ପୋଲିସ  ତଦନ୍ତ ଚଳାଇଛି।  ସେପଟେ ଘଟଣାକୁ ନେଇ ପାରଳାଖେମୁଣ୍ଡି ପୋଲିସର କୌଣସି ପ୍ରତିକ୍ରିୟା ମିଳିନଥିଲେ ମଧ୍ୟ ପାଖ ପଡୋଶୀଙ୍କ କହିବା ଅନୁସାରେ ବିଧାୟକଙ୍କ ମାଉସୀ ଚିତ୍କାର କରିବା ବେଳେ ସେମାନେ ପହଞ୍ଚୁ ପହଞ୍ଚୁ ଘଟଣା ସ୍ଥଳରୁ ଦୁଇ ଜଣ ଅଜଣା ଯୁବକ ଦୌଡି ପଳାଇଥିଲେ । ତେବେ ଏହି ଘଟଣା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ମୁଖ୍ୟ କେନ୍ଦ୍ର ବିନ୍ଦୁ ପାଲଟିବାର ସହ ପାରଳାଖେମୁଣ୍ଡି ପୋଲିସର ପାରିବା ପଣିଆକୁ ଚାଲେଞ୍ଜ ହୋଇଛି । ବର୍ତ୍ତମାନ ଅପେକ୍ଷା ଏହି ଘଟଣା ଉପରୁ ପୋଲିସ ପରଦା କେବେ ହଟାଉଛି ଏବଂ ଅଜଣା ଦୁଇ ଯୁବକଙ୍କୁ ପୋଲିସ କେବେ ଧରି ପାରୁଛି ତାକୁ ହିଁ ଅଞ୍ଚଳବାସୀ  ଅପେକ୍ଷା କରିଛନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.