Below header

ସମ୍ବଲପୁର କୁଚିଣ୍ଡା ସ୍ଥିତ ଭେଲୁଆପାଳ ଗାଁରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଅଭିଯୁକ୍ତ ସ୍ୱାମୀ ଗିରଫ

ସମ୍ବଲପୁର(କେନ୍ୟୁଜ୍) : ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଅଭିଯୁକ୍ତ ସ୍ୱାମୀ ଗିରଫ। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସ୍ଥିତ ଭେଲୁଆପାଳ ଗାଁରେ ଏହି ଘଟଣା ଘଟିଛି। ଗୁରୁତର ମହିଳାଙ୍କ ନାଁ ପ୍ରମିଳା ବାଘା। ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯିବା ବେଳେ ପ୍ରମିଳାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା ବ୍ରହ୍ମା ବାଘା। ତାଙ୍କ ଅଣ୍ଟା ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଏହାପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ବ୍ରହ୍ମା। ଗୁରୁତର ଅବସ୍ଥାରେ ପ୍ରମିଳାଙ୍କୁ ପ୍ରଥମେ କୁଚିଣ୍ଡା ଓ ପରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ମାମଲା ରୁଜୁ କରି ତଦନ୍ତ ଚଳାଇଛି କୁଚିଣ୍ଡା ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.