ଚା’ ବିକ୍ରି କରି ମାସକୁ ୧୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଏହି ବ୍ୟକ୍ତି, ସ୍ବାଦରେ ଦିୱାନା ପୂରା ଚା’ ପ୍ରେମୀ

ସାଧାରଣତଃ ଚା’ ବିକିବା ଏକ ଛୋଟ ମୋଟ ବିଜନେସ ଅଟେ,କିନ୍ତୁ ଯଦି ଆମେ ଆପଣଙ୍କୁ ଜଣାଇବୁ ଯେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ କେବଳ ଚା‘ ବିକି ମାସକୁ ୧୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଆପଣଙ୍କୁ ନିଶ୍ଚୟ ଏହି କଥା ଉପରେ ବିଶ୍ବାସ ହେବ ନାହିଁ, କିନ୍ତୁ ଏକ ସତ ଅଟେ।

ଏହି ଚା’ ଦୋକାନର ନାମ ହେଉଛି ‘ୟେବଲି ଟୀ ହାଉସ’ ଯାହା ପୁନେରେ ଅବସ୍ଥିତ ଅଟେ। ଏହି ଟି ଷ୍ଟଲ୍ ସହରର ଲୋକପ୍ରିୟ ଚା’ ଷ୍ଟଲ୍ ମଧ୍ୟରୁ ଗୋଟିଏ। ୟେବଲି ଟି ହାଉସର କୋ-ଫାଉଣ୍ଡର ନବନାଥ ୟେବଲେ ଗତ ବର୍ଷ ଏକ ସାକ୍ଷାତକାରରେ କହିଥିଲେ ଯେ ସେ ଖୁବ୍ ଶୀଘ୍ର ଏହାକୁ ଅନ୍ତରାଷ୍ଟ୍ରୀୟ ବ୍ରାଣ୍ଡ କରିବାକୁ ଯାଉଛୁ।
ନବନାଥ ୟେବଲେ ନିଜର ଚା’ ଦୋକାନ ଜରିଆରେ ଲୋକଙ୍କୁ ରୋଜଗାରକ୍ଷମ ମଧ୍ୟ କରୁଛନ୍ତି। ନବନାଥ ନିଜର ଏହି ବ୍ୟବସାୟ ଜରିଆରେ ସବୁ ମାସ ପ୍ରାୟ ୧୨ ଲକ୍ଷ ଟଙ୍କା କମାଇଥାନ୍ତି।

tea_stallଏକ ସାକ୍ଷାତକାରରେ ନବନାଥ କହିଥିଲେ ଯେ ଚା‘ ପ୍ରତି ଭାରତୀୟ ମାନଙ୍କର ଅଟୁଟ ପ୍ରେମ ଦେଖି ସେ ଏହି ଚା’ ଦୋକନ କରିବାର ବିଚାର ତାଙ୍କ ମନକୁ ଆସିଥିଲା। ତାଙ୍କ କହିବାନୁଯାୟୀ ଅନେକ ଏମିତି ଚା’ ପ୍ରେମୀ ଅଛନ୍ତି ଯେଉଁମାନଙ୍କୁ ସେହି ଚା’ ମିଳୁ ନାହିଁ ଯେଉଁ ସ୍ବାଦକୁ ସେ ବାସ୍ତବରେ ଚାହୁଁଛନ୍ତି। ଏଥିପାଇଁ ମୁଁ ଚାରି ବର୍ଷ ପର‌୍ୟ୍ୟନ୍ତ ଚା‘ ଉପରେ ଅଧ୍ୟୟନ କଲି, ଚା’ର ଗୁଣବତାକୁ ଅନ୍ତିମ ରୂପ ଦେଇ ଏକ ବଡ ବ୍ରାଣ୍ଡ ଜରିଆରେ ଚା’ କରିବା ପାଇଁ ନିଷ୍ପତି ନେଲେ।

tea_stollନବନାଥ କହନ୍ତି ଯେ ସେ ପ୍ରତିଦିନ ୩,୦୦୦ ରୁ ୪,୦୦୦ କପ୍ ଚା‘ ବିକ୍ରି କରନ୍ତି। ତାଙ୍କ ଦୋକାନରେ ସବୁ ସମୟରେ ଲୋକଙ୍କର ଭିଡ ଲାଗି ରହିଥାଏ। ତାଙ୍କର ଲକ୍ଷ୍ୟ ଅଛି ଯେ ସେ ପୂରା ଦେଶରେ ପ୍ରାୟ ୧୦୦ଟି ଚା’ ଦୋକାନ ଖୋଲିବା, ଯାହା ଦ୍ବାରା ଅଧିକାଂଶ ଲୋକ ରୋଜଗାରକ୍ଷମ ହୋଇପାରିବେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.