Below header

ଆତଙ୍କବାଦୀ ହମ୍‌ଲାରେ ସହିଦ୍ ଯବାନଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ସିଂହଦ୍ୱାରରେ ଦୀପଦାନ

ପୁରୀ(କେନ୍ୟୁଜ୍) : ଜମ୍ମୁ କାଶ୍ମିରରେ ଆତଙ୍କବାଦୀ ହମ୍‌ଲାରେ ସହିଦ ହୋଇଥିବା ଭାରତୀୟ ଯବାନଙ୍କ ପାଇଁ ଶ୍ରୀମନ୍ଦିର ସିଂହଦ୍ୱାରରେ ଦୀପଦାନ କରାଯାଇଛି । ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ସହିଦ ହୋଇଥିବା ୩୭ଜଣ ଭାରତୀୟ ଯବାନଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପାର୍ଥନା କରାଯିବା ସହ ସାମୂହିକ ଦୀପଦାନ କରାଯାଇଛି ।

jaban1ଜୈଶ-ଇ-ମହମ୍ମଦ ପକ୍ଷରୁ ହୋଇଥିବା ଏହି ହମ୍‌ଲାକୁ ଶ୍ରୀ ଜଗନ୍ନାଥ ସେନା ତୀବ୍ର ନିନ୍ଦା କରିଛି । ସର୍ଜିକାଲ ଷ୍ଟ୍ରାଇକ ହେବା ସହ ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେବା ପାଇଁ ସେନା ପକ୍ଷରୁ ଦାବି ହୋଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.