Below header

ସ୍ତ୍ରୀକୁ ନିର୍ମମ ହତ୍ୟା କରିଥିବା ନେଇ ସ୍ୱାମୀ ନାଁରେ ଅଭିଯୋଗ, ପୋଲିସ୍ ଓ ସାଇଣ୍ଟିଫିକ ଟିମର ତଦନ୍ତ ଆରମ୍ଭ

କାମାକ୍ଷାନଗର(କେନ୍ଯୁଜ୍): ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କରିଥିବା ନେଇ ସ୍ୱାମୀ ନାଁରେ ଅଭିଯୋଗ । ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବାମ୍‌ ଗାଁ ତରାଟପାଳ ସାହିରେ । ମୃତକ ହେଲେ ୨୮ ବର୍ଷୀୟା ମହିଳା ସୋମବାରି ଗୋୟା। ଅଭିଯୋଗକୁ ଭିତ୍ତିକରି ପରଜଙ୍ଗ ପୋଲିସ ଓ ଜିଲ୍ଲା ସାଇଣ୍ଟିଫିକ ଟିମ ତଦନ୍ତ ଆରମ୍ଭ କରିଛି ।

ବାମ ଗାଁ ତରାଟପାଳ ସାହିର ମହେନ୍ଦ୍ର ଗୋୟାଙ୍କ ଦ୍ୱିତୀୟ ସ୍ତ୍ରୀ ସୋମବାରିଙ୍କ ମଧ୍ୟରେ ଗତ କିଛି ଦିନ ହେବ କଳହ ଲାଗି ରହିଥିଲା । ଗାଁ ପାଖ ଜଙ୍ଗଲରେ ସୋମବାରିଙ୍କ ମୃତଦେହ ପଡିଥିବା ଦେଖି ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ତେବେ ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ତେବେ ସୋମବାରି ପୂର୍ବରୁ ଦୁଇ ଜଣଙ୍କୁ ବିବାହ କରି ସାରିଥିଲେ । ମହେନ୍ଦ୍ର ହେଉଛନ୍ତି ତାଙ୍କର ତୃତୀୟ ସ୍ୱାମୀ । ତେବେ ସାଇଣ୍ଟିଫିକ ଟିମର ତଦନ୍ତ ପରେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିବ ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.